ମୁହଁରେ ଭୁଲରେ ବି ଲଗାନ୍ତୁନି ଏହି ଜିନିଷ, ନଚେତ ସୁନ୍ଦର ଗୋରା ବଦଳରେ ହୋଇଯିବେ କଳା

ଚେହେରାକୁ ଗ୍ଲୋଇଙ୍ଗ ଏବଂ ଚମକଦାର ବନାଇବା ପାଇଁ ଆମେ ବହୁତ ପ୍ରକାର ଚେଷ୍ଟା କରିଥାନ୍ତି। କିନ୍ତୁ ଅନେକ ଥର ଏକ୍ସପେରିମେଣ୍ଟ କରିବା ଭାରି ପଡିଯାଏ ଏବଂ ତ୍ୱଚା ସୁନ୍ଦର ଗୋରା ହେବା ବଦଳରେ ଖରାପ ହୋଇଯାଏ କଳା ହୋଇଯାଏ। ଏଠାରେ ଜାଣନ୍ତୁ କିଛି ଏମିତି ଜିନିଷ ବିଷୟରେ ଯାହାର ବ୍ୟବହାର କରିବା ଆପଣଙ୍କୁ ମହଙ୍ଗା ପଡିପାରେ। ଅର୍ଥାତ ଆପଣଙ୍କ ଗୋରା ମୁହଁକୁ ଅଧିକ କଳା କରିଦେବ। ତେବେ ଆସନ୍ତୁ ତୁରନ୍ତ ଜାଣିବା କଣ ସେହି ଜିନିଷ।

ଲେମ୍ବୁ 

କିଛି ଲୋକ ଲେମ୍ବୁ ଚୋପାକୁ ସିଧାସଳଖ ଚେହେରାରେ ମସାଜ୍ କରନ୍ତି। ନଚେତ ଲେମ୍ବୁ ରସକୁ ଚେହେରାରେ ଲଗାଇ ଦିଅନ୍ତି। ଆପଣଙ୍କୁ କହିରଖିବୁ ଯେ ଲେମ୍ବୁକୁ କେବେବି ସିଧାସଳଖ ଚେହେରାରେ ବ୍ୟବହାର କରନ୍ତୁନାହିଁ। ଏହାଦ୍ୱାରା ଚେହେରାର ଚମକ ଉପରେ ଫରକ ପଡିଥାଏ। ଖାଲି ଏତିକି ନୁହେଁ ସ୍କିନର ରଙ୍ଗ କଳା ପଡିଯାଏ।

skin bleachଗରମ ପାଣି 

କିଛି ଲୋକଙ୍କୁ ଗରମ ପାଣିରେ ଚେହେରାକୁ ଧୋଇବାର ଅଭ୍ୟାସ ରହିଥାଏ। ଗରମ ପାଣିରେ ମୁହଁ ଧୋଇବା ଦ୍ୱାରା ସ୍କିନରେ ନମନୀୟତା ନଷ୍ଟ ହୋଇଯାଏ। ଏଥିସହିତ ଏହି କାରଣରୁ ଚେହେରାରେ ରୂଖାପଣ ନଜର ଆସେ। ଏଥିପାଇଁ ଗରମ ପାଣି ବଦଳରେ ଷ୍ଟିମ ନେବା ଭଲହେବ।

ଟୁଥପେଷ୍ଟ 

ମୁହଁରେ ବ୍ରଣକୁ କମ୍ କରିବା ପାଇଁ କେହି କେହି ଟୁଥପେଷ୍ଟ ଲଗାଇ ଦିଅନ୍ତି। କିନ୍ତୁ ଆପଣ ବୋଧହୁଏ ଜାଣିନଥିବେ ଯେ ଟୁଥପେଷ୍ଟ ସେହି ସ୍ଥାନକୁ କଳା ପକାଇଦେଇଥାଏ।

ଓ୍ଵାକ୍ସ

ଚେହେରାକୁ ଓ୍ଵାକ୍ସ କରାଇବା ଠାରୁ ବି ଦୂରେଇ ରୁହନ୍ତୁ। କାହିଁକିନା ଚେହେରାର ତ୍ୱଚା ବହୁତ ମୁଲାୟମ୍‌। ଏହାଦ୍ୱାରା ଚେହେରାକୁ କ୍ଷତି ପହଁଚିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.