ଚୌଦ୍ୱାର : ଦଳିତ ନାବାଳିକାକୁ ଅପହରଣ ଅଭିଯୋଗ ନେଇ ଉତ୍ତେଜନା

କଟକ : ଦଳିତ ନାବାଳିକା ଅପହରଣ ଅଭିଯୋଗ ନେଇ ଉତ୍ତେଜନା। କଟକ ଜିଲ୍ଳା ଚୌଦ୍ୱାର ଓଟିଏମ୍‌ କଲୋନୀ ୧୨ନଂ ୱାର୍ଡର ଜଣେ ଦଳିତ ନାବାଳିକା ସ୍କୁଲ ଯାଇ ଆଉ ଘରକୁ ଫେରିନଥିଲେ। ନାବାଳିକାଙ୍କ ପରିବାର ପକ୍ଷରୁ ବହୁ ଖୋଜାଖୋଜି ପରେ ତାଙ୍କ ଘର ନିକଟରେ ରହୁଥିବା ସାବେରା ବିବି ତାଙ୍କୁ ଅପହରଣ କରିଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗର ୧୬ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବାରୁ ଅସନ୍ତୋଷ ଦେଖାଦେଇଛି । ଏଣେ ଅପହୃତ୍ତାଙ୍କ ପରିବାର ଏବଂ କଲୋନୀ ବାସିନ୍ଦା ସାବେରା ବିବିଙ୍କ ଘରକୁ ଯାଇ ପଚରାଉଚରା କରିବାକୁ ଘେରି ଯାଇଥିଲେ। ସାବେରାଙ୍କୁ ଅଟକ ରଖିଥିବା ବେଳେ ତାଙ୍କ ସ୍ୱାମୀ ପାଚେରୀ ଡେଇଁ ଫେରାର ହୋଇଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେବା ପରେ ଚୌଦ୍ୱାର ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ନେଇ ତଦନ୍ତ ଚଳାଇଛି ।

Leave A Reply

Your email address will not be published.