Below header

ବଢିଲା ଚନ୍ଦା କୋଚରଙ୍କ ଅଡୁଆ, ଲୁକ ଆଉଟ୍ ନୋଟିସ ଜାରି କଲା CBI

ବଢିଲା ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଚନ୍ଦା କୋଚରଙ୍କ ଅଡୁଆ। ଚନ୍ଦାଙ୍କ ନାଁରେ ସିବିଆଇର ଲୁକ ଆଉଟ ନୋଟିସ ଜାରି। ଆଇସିଆଇସିଆଇର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଚନ୍ଦା କୋଚର, ତାଙ୍କ ସ୍ୱାମୀ ଦୀପକ କୋଚର ଓ ଭିଡିଓକନ ପରିଚାଳନା ନିର୍ଦ୍ଦେଶକ ବେଣୁଗୋପାଳ ଧୂତଙ୍କ ନାଁରେ ଲୁକ ଆଉଟ ନୋଟିସ ଜାରି କରିଛି ସିବିଆଇ। ଦେଶର ସମସ୍ତ ବିମାନବନ୍ଦରରେ ଏହାକୁ ଜାରି କରାଯାଇଛି । କୌଣସି ପରିସ୍ଥିତିରେ ଏମାନେ ଦେଶ ଛା଼ଡିନଯାଇ ପାରିବେ ସେନେଇ ସର୍କୁଲାର ଜାରି କରିଛି ସିବିଆଇ। ୨୦୦୯-୧୧ ମଧ୍ୟରେ ବେଣୁଗୋପାଳ ଗ୍ରୁପକୁ ୬ଟି ଋଣ ମାଧ୍ୟମରେ ଏକହଜାର ୮ ଶହ ୭୫ କୋଟିର ଦୁର୍ନୀତି ନେଇ ଗତ ମାସରେ ମାମଲା ରୁଜୁ ହୋଇଥିଲା। ଋଣ ପ୍ରଦାନରେ ସମସ୍ତ ନୀତି ନିୟମକୁ ଉଲ୍ଲଙ୍ଘନ କରି ଏହି ଋଣ ପ୍ରଦାନ କରାଯାଇଥିବାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏନେଇ ତଦନ୍ତ ଆରମ୍ଭ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.