ରାଜଧାନୀରେ ପୁଣି ବାଘ ଆତଙ୍କ

ଭୁବନେଶ୍ବର : ରାଜଧାନୀରେ ପୁଣି ବାଘ ଆତଙ୍କ । ଭୁବନେଶ୍ୱର ଉପକଣ୍ଠ ରଙ୍ଗମାଟିଆରେ ବାଘ ବୁଲୁଥିବା ନେଇ ଚର୍ଚ୍ଚା ହୋଇଛି। ଏହି ଚର୍ଚ୍ଚା ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଘଟଣାସ୍ଥଳରେ ବନବିଭାଗ ଟିମ୍‌ ପହଞ୍ଚି ଛାନବିିନ୍‌ ଆରମ୍ଭ କରିଛନ୍ତି। ରଙ୍ଗମାଟିଆରେ ବାଘ ବୁଲିବା ନେଇ ସ୍ପଷ୍ଟ ସୂଚନା କିଛି ମିଳି ନଥିବା ସିଟି ଡିଏଫଓ କହିଛନ୍ତି । ଗତ ୧୮ତାରିଖରେ ମଧ୍ୟ ଭୁବନେଶ୍ୱର ବିମାନବନ୍ଦର ନିକଟରେ ଏକ କଲରାପତରିଆ ବାଘ ଦେଖା ଦେଇଥିଲା। ଏହାର ୨ଦିନ ପରେ ବନ ବିଭାଗ କଲରାପତରିଆକୁ କାବୁ କରି ଚନ୍ଦକା ଜଙ୍ଗଲରେ ଛାଡ଼ିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.