ପୁରା ହେଲା ମହିଳା ଭିକାରୀଙ୍କ ଶେଷ ଇଛା, ସହିଦଙ୍କ ପରିବାରକୁ ଦେଲେ ୬ ଲକ୍ଷ ଟଙ୍କା

ପୁଲୱାମା ଆକ୍ରମଣରେ ସହିଦ୍ ହୋଇଥିବା ଯବାନଙ୍କ ପରିବାରକୁ ଚାରିଆଡୁ ଛୁଟୁଛି ସାହାଯ୍ୟର ହାତ । ନେତାଠୁ ଆରମ୍ଭ କରି ରାଜନେତା, ସାଧାରଣ ଜନତାଙ୍କଠୁ ଆରମ୍ଭ କରି ବଡ଼ ବଡ଼ ଉଦ୍ୟୋଗପତି ଏବଂ ଖେଳାଳି ସମସ୍ତେ ସାମିଲ୍ ଅଛନ୍ତି ଏହି ତାଲିକାରେ । ହେଲେ ଏହି ତାଲିକାରେ ସାମିଲ୍ ହୋଇଛନ୍ତି ଏମିତି ଜଣେ ବ୍ୟକ୍ତିତ୍ବ ଯାହା ନିଶ୍ଚୟ ଭାବରେ ଆପଣଙ୍କ କଳ୍ପନା ବାହାରେ । ଅନ୍ୟମାନଙ୍କ ନିକଟରେ ହାତ ପତାଇ ଟଙ୍କେ ଦୁଇ ଟଙ୍କା ଆଣି ନିଜ ପେଟ ପୋଷୁଥିବା ଜଣେ ମହିଳା ଭିକାରୀ ସହିଦ ପରିବାରକୁ ଦେଇଛନ୍ତି ୬୬୧୬୦୦ ଟଙ୍କା । ରାଜସ୍ଥାନର ଏହି ମହିଳା ଭିକାରୀଙ୍କ ଏପରି କାମ କରିଗଲେ ଯେ ଦୁନିଆରେ ନାଁ କରିଗଲେ ।

ଏହି ମହିଳାଙ୍କ ନାଁ ହେଉଛି ଦେବକୀ ଶର୍ମା । ତେବେ ଦେବକୀଙ୍କ ଦେହାନ୍ତ ୬ ମାସ ପୂର୍ବରୁ ହୋଇସାରିଛି । ଅଜମେରରେ ଥିବା ମା’ଙ୍କ ମନ୍ଦିରରେ ଦୀର୍ଘ ବର୍ଷ ଧରି ଭିକ ମାଗି ଚଳୁଥିଲେ ଦେବକୀ । ତେବେ ପ୍ରତିଦିନ ତାଙ୍କୁ ଭିକରେ ମିଳୁଥିବା ଟଙ୍କାକୁ ସେ ମନ୍ଦିର କମିଟି ସଦସ୍ୟଙ୍କୁ ଦେଇଦେଉଥିଲେ । ଆଉ ମନ୍ଦିର କମିଟି ଦେବକୀଙ୍କ ନାଁରେ ଏକ ବ୍ୟାଙ୍କ୍ ଆକାଉଂଟ୍ ଖୋଲି ଏହି ଟଙ୍କାକୁ ଜମା କରିଦେଇଥିଲେ । ତେବେ ଏହି ଟଙ୍କାକୁ କୌଣସି ଭଲ କାମରେ ଲଗାଇବା ପାଇଁ ମୃତ୍ୟୁ ପୂର୍ବରୁ କହିଥିଲେ ଦେବକୀ ।

ତେଣୁ ଦେବକୀଙ୍କୁ ଶେଷ ଇଛାକୁ ସମ୍ମାନ ଦେଇ କମିଟି ସମସ୍ତ ଟଙ୍କାକୁ ପୁଲୱାମା ଆକ୍ରମଣରେ ସହିଦ୍ ହୋଇଥିବା ଯବାନଙ୍କ ପରିବାରକୁ ଦେଇଥିଲେ । କାରଣ ସହିଦଙ୍କ ପରିବାରକୁ ସାହାଯ୍ୟ କରିବାଠୁ ପୂଣ୍ୟ କାମ ଆଉ ନାହିଁ ବୋଲି କହିଛନ୍ତି କମିଟିର ସଚିବ ସଂଜୀବ ଭାର୍ଗବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.