ଚୌଦ୍ୱାର ପାଇକରାପୁରରେ ବାଲ୍ୟ ବିବାହ ଘଟଣା, ଉଭୟ କନ୍ୟା ଓ ବର ଘର ଲୋକ ସିଡବ୍ଲୁସିରେ ହାଜର

କଟକ(କେନ୍ୟୁଜ୍): କଟକ ଜିଲ୍ଲା ଚୌଦ୍ୱାର ଥାନା ପାଇକରାପୁରରେ ବାଲ୍ୟ ବିବାହ ଘଟଣାରେ ଚୌଦ୍ୱାର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏନେଇ ପୋଲିସ ତଦନ୍ତ ଚଳାଇଛି । ଉଭୟ କନ୍ୟା ଓ ବର ଘର ପକ୍ଷର ଲୋକ ସିଡବ୍ଲୁସିରେ ହାଜର ହୋଇଥିଲେ । ନାବାଳିକାକୁ ଏବେ ବସୁନ୍ଧରାରେ ରଖାଯାଇଛି । ଏହି ଘଟଣାରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡବ୍ଲୁସି ପକ୍ଷରୁ କୁହାଯାଇଛି । ଚୌଦ୍ୱାର ଥାନା ପାଇକରାପୁର ଗ୍ରାମ ମନ୍ଦିରରେ ନାବାଳିକାଙ୍କ ବିବାହ ହେଉଥିବା ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଚାଇଲ୍ଡ ଲାଇନ୍‌ର ସଦସ୍ୟ ପହଞ୍ଚିଥିଲେ । ନାବାଳିକାକୁ ପୋଲିସ ଗାଡ଼ିରେ ବସାଇ ସିଡବ୍ଲୁସିଙ୍କ ନିକଟକୁ ଆଣିବା ବେଳେ ପରିବାର ଲୋକେ ଏବଂ ଗ୍ରାମବାସୀ ଗାଡ଼ିକୁ ଅଟକାଇ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ସହ ନାବାଳିକାଙ୍କୁ ସେଠାରୁ ନେଇଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.