ପିପିଲିର ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନ
୨୦୧୭ ମସିହାରେ ଘଟିଥିବା ଏକ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଆଜି ରାୟ ପ୍ରକାଶ ପାଇଥିବା ବେଳେ ଦୋଷୀ ଦଣ୍ଡିତ ପ୍ରଥମ ଜିଲ୍ଲା ଦୌରା ଜଜ ଅମୀୟ ରଞ୍ଜନ ଜେନା ଅଭିଯୁକ୍ତ ଲୋକନାଥ ମହାପାତ୍ରକୁ ଦୋଷୀ ସାବ୍ୟସ୍ତ କରିବା ସହିତ ଦଣ୍ଡିତ କରିଛନ୍ତି।

ପିପିଲି(କେନ୍ୟୁଜ୍): ପୁରୀ ଜିଲ୍ଲା ପିପିଲି ଥାନା ଅଂଚଳରେ ୨୦୧୭ ମସିହାରେ ଘଟିଥିବା ଏକ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଆଜି ରାୟ ପ୍ରକାଶ ପାଇଥିବା ବେଳେ ଦୋଷୀ ଦଣ୍ଡିତ ପ୍ରଥମ ଜିଲ୍ଲା ଦୌରା ଜଜ ଅମୀୟ ରଞ୍ଜନ ଜେନା ଅଭିଯୁକ୍ତ ଲୋକନାଥ ମହାପାତ୍ରକୁ ଦୋଷୀ ସାବ୍ୟସ୍ତ କରିବା ସହିତ ଦଣ୍ଡିତ କରିଛନ୍ତି। ପୋସ୍କୋ ମାମଲାର ବିଚାର କରି ଜଜ୍ ୯ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନରେ ଦଣ୍ଡିତ କରିଛନ୍ତି।
ଜରିମାନା ଟଙ୍କା ଅନାଦେୟ ଆହୁରି ଅଧିକ ୨ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପିପିଲି ଥାନାର ମାମଲା କ୍ରମେ ଅଭିଯୁକ୍ତଙ୍କ ବିରୋଧରେ ମାମଲାର ଶୁଣାଣି କରି ଆଜି କୋର୍ଟ ଏହି ରାୟ ପ୍ରକାଶ କରିଥିବା ସରକାରୀ ଓକିଲ ସତ୍ୟ ନାରାୟଣ ତ୍ରିପାଠୀ ପ୍ରକାଶ କରିଛନ୍ତି।