ଭର୍ଚ୍ଚୁଆଲ ଦୁନିଆର ମଜା ନେଇ ପାରିବେ ବସ୍‌ ଯାତ୍ରୀ, ଯାତ୍ରାବେଳେ ଜଣା ପଡ଼ିବନି ସମୟ

ବସ ଭିତରେ ବସି ବିଭିନ୍ନ ସ୍ଥାନକୁ ଅନୁଭବ କରିବା ସହ ଉକ୍ତ ସ୍ଥାନର ଭରପୂର ମଜା ନେଇ ପାରିବେ ଯାତ୍ରୀ । ଏଭଳି ସୁବିଧା ଆପଣ ପାଇ ପାରିବେ ଟ୍ୟାଗବିନ ଟେଲିପୋର୍ଟେସନ ବସ୍‌ରେ ଯାତ୍ରା କଲେ । ଇମାଜିନେସନ ଏବଂ ଇନୋଭେସନ ଦ୍ୱାରା ଏହାକୁ ଭିନ୍ନ ଢଙ୍ଗରେ ପ୍ରସ୍ତୁତ କରାଯାଇଛି ।

ବସରେ ଯାତ୍ରା କରିବା ସମୟରେ ଆପଣ ନୂଆ ନୂଆ ସ୍ଥାନ ଦେଖିବା ସହ ସେଠାକାର ପରିବେଶକୁ ଉପଭୋଗ କରନ୍ତି। କିନ୍ତୁ ବର୍ତ୍ତମାନ ଆପଣ ବସ ଭିତରେ ବସି ବିଭିନ୍ନ ସ୍ଥାନକୁ ଅନୁଭବ କରିବା ସହ ଉକ୍ତ ସ୍ଥାନର ଭରପୂର ମଜା ନେଇ ପାରିବେ । ତେବେ ଏହା ସମ୍ଭବ ହୋଇଛି କିଛି ଆଧୁନିକ ଟେକ୍ନୋଲୋଜି ଦ୍ୱାରା । ଏଭଳି ସୁବିଧା ଆପଣ ପାଇ ପାରିବେ ଟ୍ୟାଗବିନ ଟେଲିପୋର୍ଟେସନ ବସ୍‌ରେ ଯାତ୍ରା କଲେ । ତେବେ ଭାରତର ଗୁରୁଗ୍ରାମସ୍ଥିତ ଟେକ- ଏକ୍ସପେରିମେଣ୍ଟାଲ କମ୍ପାନୀ ଟ୍ୟାଗବିନ୍‌ ୧୮ ମେ ୨୦୨୩ ରେ ନୂଆ ଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ହୋଇଥିବା ଆନ୍ତର୍ଜାତୀୟ ମ୍ୟୁଜିୟମ ଏକ୍ସପୋ ୨୦୨୩ରେ ଟ୍ୟାଗବିନ ଟେଲିପୋର୍ଟେସନ ବସ୍‌ ଲଞ୍ଚ କରିଥିଲା ।

ଇମାଜିନେସନ ଏବଂ ଇନୋଭେସନ ଦ୍ୱାରା ଏହାକୁ ଭିନ୍ନ ଢଙ୍ଗରେ ପ୍ରସ୍ତୁତ କରାଯାଇଛି । ଏହି ଅନନ୍ୟ ବସରେ ଯାତ୍ରା କରିବାର ଅନୁଭବ ସମ୍ପୂର୍ଣ୍ଣ ଭିନ୍ନ ରହିବ । ଏହି ଭର୍ଚୁଆଲ ବସରେ ଭିଆର ଟେକ୍ନୋଲୋଜିକୁ ବ୍ୟବହାର କରାଯାଇଛି । ଯାହା ପରେ ଏହି ବସ୍‌ରେ ବସିବା ପରେ ଯାତ୍ରୀମାନେ ବିନା ହେଡସେଟରେ ଭର୍ଚ୍ଚୁଆଲ ଦୁନିଆର ମଜା ନେଇ ପାରିବେ । ବସ୍‌ ର ପ୍ରତ୍ୟେକ ଦୃଶ୍ୟ ଅତି ଚମତ୍କାର ରହିଛି । ଯାହା ଯାତ୍ରୀମାନଙ୍କୁ ଆକର୍ଷିତ କରିବ ।

ବସ୍‌ରେ ଲାଗିଥିବା ଟେକ୍ନୋଲୋଜି ଦ୍ୱାରା ଚାଲୁଥିବା ବସରେ 3D କଣ୍ଟେଟ ସୋ’ ହୋଇଥାଏ । ସନରୁଫ୍‌ ସହ ସମସ୍ତ ପାର୍ଶ୍ୱରେ ଇମର୍ସିଭ କଣ୍ଟେଟ ଚାଲିଥାଏ । ଏହି କଣ୍ଟେଟରେ ପର୍ଯ୍ୟଟନ, ମନୋରଞ୍ଜନ, ରିଅଲ ଇଷ୍ଟେଟ, ଶିକ୍ଷା, ସ୍ପେସ ଏକ୍ସପ୍ଲୋରେସନ୍‌ , ପ୍ରଡକ୍ଟ ମାର୍କେଟିଙ୍ଗ ସହ ଅନେକ କିଛି ରହିଛି, ଯାହା ଆପଣଙ୍କ ଯାତ୍ରାକୁ ସୁଗମ କରିବ । ଆପଣ ଯାତ୍ରା କରିବା ସମୟରେ ଏହି ସବୁ କଣ୍ଟେଟକୁ ଦେଖି ଆରାମରେ ଯାତ୍ରା କରିପାରିବେ ଯାହା ଦ୍ୱାରା ଆପଣଙ୍କୁ ସମୟ ଜଣା ପଡ଼ିବ ନାହିଁ ।

ଏହି ବସରେ ଏକା ସାଥିରେ ୧୮ ଜଣ ଯାତ୍ରୀ ବସି ଯାତ୍ରା କରିପାରିବେ, ଯାହାର ଆକାର ୮.୮ ମିଟର ଏବଂ ୨.୪ ମିଟର । ତେବେ ଯାତ୍ରୀମାନଙ୍କ ଆବଶ୍ୟକତା କୁ ଧ୍ୟାନରେ ରଖି ଏଥିରେ କଣ୍ଟେଟକୁ ବି ପରିବର୍ତ୍ତନ କରାଯାଇ ପାରିବ । ଫୁଲ୍‌ ଚାର୍ଜ କଲେ ଏହା ୧୮୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଏହି ବସ୍‌ ରେ ୪୦୦୦ ପର୍ଯ୍ୟନ୍ତ ଟ୍ରାନ୍ସପେରେଣ୍ଟ ସ୍କ୍ରିନ ରହିଛି, ଯାହା ହାଇ ଏଣ୍ଡ ଜିପିୟୁ ଏବଂ ସିପିୟୁ ସିଷ୍ଟମ ଦ୍ୱାରା ପରିଚାଳିତ ହୋଇଥାଏ ।

ବସ୍‌ ରେ ହାଇ କ୍ୱାଲିଟି ଭିଜୁଆଲ ଏକ୍ସପେରିଏନ୍ସ ରହିଛି । ଏହା ବ୍ୟତୀତ ବସର ସ୍କ୍ରିନ ଏବଂ ସର୍ଭରଗୁଡ଼ିକ ସକ୍‌ ପ୍ରୁଫ ଯନ୍ତ୍ର ସହିତ ଯୋଡ଼ାଯାଇଛି । ଯାହା ଦ୍ୱାରା ଯାତ୍ରୀମାନେ ନିର୍ଭୟରେ ଯାତ୍ରା କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.