ହାଇଦ୍ରାବାଦ: ମାଲିକ ଭଡ଼ା ଘରେ ଲଗାଇଥିଲେ ଗୁପ୍ତ କ୍ୟାମେରା, ମୋବାଇଲ୍‌ରେ ଦେଖୁଥିଲେ ଯୁବତୀଙ୍କ ଭିଡିଓ; ପୋଲିସ କଲା ଗିରଫ

ହାଇଦ୍ରାବାଦରେ ଜଣେ ଘର ମାଲିକଙ୍କ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି। ସେ ଜଣେ ଯୁବତୀଙ୍କୁ ଭଡ଼ାରେ ଦେଇଥିବା କୋଠରୀରେ ଗୁପ୍ତ କ୍ୟାମେରା ଲଗାଇଥିଲେ। ଏହି ଘଟଣାରେ ପୋଲିସ ତାଙ୍କୁ ଗିରଫ କରିଛି।

ହାଇଦ୍ରାବାଦରେ ଜଣେ ଘର ମାଲିକଙ୍କ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି। ସେ ଜଣେ ଯୁବତୀଙ୍କୁ ଭଡ଼ାରେ ଦେଇଥିବା କୋଠରୀରେ ଗୁପ୍ତ କ୍ୟାମେରା ଲଗାଇଥିଲେ। ଏହାର ଆକ୍ସେସ୍‌ ସେ ନିଜ କମ୍ପ୍ୟୁଟର ଏବଂ ମୋବାଇଲରେ ନେଇଥିଲେ। ଏହି ଘଟଣାରେ ପୋଲିସ ତାଙ୍କୁ ଗିରଫ କରିଛି।

ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ ଜୁବଲି ହିଲ୍ସ ଅଞ୍ଚଳରେ ୪୫ ବର୍ଷୀୟ ସୟଦ ସଲିମ ଏକ ମାସ ପୂର୍ବରୁ ଜଣେ ଯୁବତୀଙ୍କୁ ନିଜ ଘର ଭଡ଼ା ଦେଇଥିଲେ। ଯୁବତୀଙ୍କ ଭାଇ ମଧ୍ୟ ତାଙ୍କ ସହିତ ରହୁଥିଲେ।

ପାଞ୍ଚ ମହଲା କୋଠାର ପ୍ରଥମ ମହଲାରେ ସଲିମ ରହୁଥିଲେ। ରୁମ୍‌ ହସ୍ତାନ୍ତର କରିବାର କିଛି ଦିନ ପରେ ସେ ଭଡ଼ା ଘରେ ଏକ ମିଟର୍‌ ବାକ୍ସ ଲଗାଇଥିଲେ। ସେହି ସମୟରେ ସେ କହିଥିଲେ କି, ଏହାଦ୍ୱାରା ଭୋଲଟେଜ୍ କମ୍‌ ବେଶି ହେବା ସମସ୍ୟାରୁ ରକ୍ଷା ମିଳିବ। ହେଲେ ସଲିମ୍‌ କିନ୍ତୁ ଉକ୍ତ ବାକ୍ସରେ ଏକ ଗୁପ୍ତ କ୍ୟାମେରା ଲଗାଇ ରଖିଥିଲେ, ଯାହାର ଆକ୍ସେସ୍‌ ସେ ନିଜ କମ୍ପ୍ୟୁଟର ଏବଂ ମୋବାଇଲ ସହିତ ସଂଯୋଗ କରିଥିଲେ।

ଗତ ସୋମବାର ଯୁବତୀ ଦେଖିବାକୁ ପାଇଲେ ଯେ ବାକ୍ସରୁ ବାହାରିଥିବା ତାରଟି ଘର ମାଲିକଙ୍କ କୋଠରୀ ସହିତ ସଂଯୋଗ ହୋଇଛି। ସନ୍ଦେହ ହେବାରୁ ସେ ନିଜ ଭାଇ ସାହାଯ୍ୟରେ ବାକ୍ସକୁ ଯାଞ୍ଚ କରିଥିଲେ। ଏଥିରେ ଏକ କ୍ୟାମେରା ଲାଗିଥିବା ଦେଖିବାକୁ ମିଳିଥିଲା। ଏହାପରେ ସେମାନେ ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ। ପୋଲିସ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ଘର ମାଲିକଙ୍କୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.