ଜିଲ୍ଲାପରିଷଦ ସଭ୍ୟାଙ୍କୁ ଅସମ୍ମାନ ଜନକ ବ୍ୟବହାର ପାଇଁ ବିଧାୟକଙ୍କ ନାଁରେ ଏତଲା

ଭଦ୍ରକ : ଅସମ୍ମାନ ଜନକ ବ୍ୟବହାର ପାଇଁ ବିଧାୟକଙ୍କ ନାଁରେ ଏତଲା । ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜଣେ ଜିଲ୍ଲାପରିଷଦ ସଭ୍ୟାଙ୍କୁ ବିଧାୟକ ଅସମ୍ମାନ କରିଥିବା ଅଭିଯୋଗ ହୋଇଛି । ଏନେଇ ଭଦ୍ରକ ଟାଉନ ଥାନାରେ ଚାନ୍ଦବାଲି ଓ ଧାମନଗର ବିଧାୟକଙ୍କ ନାଁରେ ଏତଲା ଦେଇଛନ୍ତି ୧୩ ନଂ ଜୋନର ଜିଲ୍ଲାପରିଷଦ ସଭ୍ୟା ରଞ୍ଜିତା ସ୍ୱାଇଁ । ଅଭିଯୋଗ ଅନୁଯାୟୀ, ବୈଠକରେ ଜିଲ୍ଲାପାଳ ରାଜ୍ୟ ସରକାରଙ୍କ ଏଜେଣ୍ଡା ପଢୁଥିବା ବେଳେ ରଞ୍ଜିତା ସ୍ୱାଇଁ କେନ୍ଦ୍ର ସରକାରଙ୍କ ଯୋଜନା ସଂପର୍କରେ ଆଲୋଚନା କରିବାକୁ କହିଥିଲେ । ହେଲେ ଏହି ସମୟରେ ଚାନ୍ଦବାଲି ବିଧାୟକ ତାଙ୍କୁ ସମ୍ମିଳନୀ କକ୍ଷରୁ ବାହାରି ଯିବାକୁ କହିଥିଲେ । ଏହାକୁ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ସମର୍ଥନ ଜଣାଇଥିବା ସେ କହିଛନ୍ତି । ଏହି ଘଟଣାକୁ କେନ୍ଦ୍ର କରି ୪ ଜଣ ଜିଲ୍ଲା ପରିଷଦ ସଦସ୍ୟ ବୈଠକ ବର୍ଜନ କରିଥିଲେ । ଅନ୍ୟପଟେ ଅଭିଯୋଗ ସଂପୂର୍ଣ୍ଣ ଅମୂଳକ ଓ ଭିତ୍ତିହୀନ ବୋଲି କହିଛନ୍ତି ବିଧାୟକ ବ୍ୟୋମକେଶ ରାୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.