Below header

କିଟ ବିଶ୍ୱବିଦ୍ୟାଳୟରେ ସହିଦ ଦିବସ ପାଳିତ, ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ବର : ଆଜି ଜାତିର ପିତା ମହାତ୍ମାଗାନ୍ଧିଙ୍କ ତିରୋଧାନ ଦିବସ । ସାରାଦେଶରେ ଏହି ଦିନକୁ ସହିଦ ଦିବସ ରୂପରେ ପାଳନ କରାଯାଉଛି । କିସ ବିଶ୍ୱବିଦ୍ୟାଳୟରେ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ କିଟ ଓ କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ । ଏଥିରେ ମହାରାଷ୍ଟ୍ର ଓ୍ଵାର୍ଦ୍ଧା ଗାନ୍ଧି ୧୫୦ କମିଟି ସେବାଶ୍ରମର ସମ୍ପାଦକ ପ୍ରଦୀପ କେଲକର, ତାମିଲ ଲେଖକ ବିଜୟ ଏମ ତାମ୍ବେ, ସମାଜବାଦୀ ପାର୍ଟି ଓଡିଶା ମୁଖ୍ୟ ରବି ବେହେରା, କଂଗ୍ରେସର ନେତା ଚିନ୍ମୟ ଦାସ, କିସ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, ସମ୍ପାଦକ ଆର.ଏନ ଦାଶ, କିସ ବିଶ୍ୱବିଦ୍ୟାଳୟର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଡ. ପି.କେ. ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.