Below header

ଆଇନକୁ ଖୋଲା ଚ୍ୟାଲେଞ୍ଜ ! ବିଚ୍‌ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡା ଓ ଛୁରୀରେ ଆକ୍ରମଣ କଲେ ଦୁର୍ବୃତ୍ତ

ଆଲୋକ ଓ ତାଙ୍କ ସାଙ୍ଗ ବାଇକରେ ବାଦପଲ୍ଲୀରୁ ନିଜ ଗାଁକୁ ଫେରୁଥିବା ବେଳେ କମାର ସିଂ ଛକ ନିକଟରେ ୫ ରୁ ୭ଜଣ ଯୁବକ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଖଣ୍ଡା, ଛୁରୀ ଓ ପଥରରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରୁ ତାଙ୍କ ସାଙ୍ଗ ଦଉଡି ପଳାଇଥିଲେ।

ବ୍ରହ୍ମପୁର(କେନ୍ୟୁଜ୍): ଯୁବକଙ୍କୁ ଖଣ୍ଡାରେ ହାଣି ପେଟରେ ଛୁରୀ ଭୁସିଲେ ଦୁର୍ବୃତ୍ତ। ବିଚ୍‌ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡା ଓ ଛୁରୀରେ ମରଣାନ୍ତକ ଆକ୍ରମଣ। ଖଲ୍ଲିକୋଟ ଥାନା ବାକୁଟୁ ଗାଁର ଆଲୋକ ସାହୁଙ୍କ ଉପରେ ହୋଇଛି ଆକ୍ରମଣ। ଆଲୋକ ଓ ତାଙ୍କ ସାଙ୍ଗ ବାଇକରେ ବାଦପଲ୍ଲୀରୁ ନିଜ ଗାଁକୁ ଫେରୁଥିବା ବେଳେ କମାର ସିଂ ଛକ ନିକଟରେ ୫ ରୁ ୭ଜଣ ଯୁବକ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଖଣ୍ଡା, ଛୁରୀ ଓ ପଥରରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରୁ ତାଙ୍କ ସାଙ୍ଗ ଦଉଡି ପଳାଇଥିଲେ।

ଦୁର୍ବୃତ୍ତମାନେ ଆଲୋକର ଗୋଡ଼କୁ ଖଣ୍ଡାରେ ହାଣିବା ସହ ଛୁରୀରେ ପେଟକୁ ଭୂସି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା ଉଦ୍ୟମ ହୋଇଥିବା ଜଣାପଡିଛି। ଆକ୍ରମଣ ପରେ ସମସ୍ତ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଖଲ୍ଲିକୋଟ ପୋଲିସ ଆକ୍ରମଣର ତନାଘନା ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.