Below header

ବାହାଘର ଭୋଜି ପାଇଁ ଅର୍ଡର ରଖିବାକୁ କହି ଗୁପଚୁପ୍‌ ବିକାଳିଙ୍କୁ ଡାକି ଗୁଳିମାଡ଼,ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି

ଭଞ୍ଜନଗର(କେନ୍ୟୁଜ୍):  ଗୁପଚୁପ୍‌ ବିକାଳିଙ୍କୁ ଗୁଳିମାଡ। ଗଞ୍ଜାମ ପୋଲସରା ଥାନା ଅନ୍ତର୍ଗତ ରୁମାଗଡ଼ ଗାଁରେ ଏହି ଗୁଳିମାଡ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଗୁଳି ମାଡର କାରଣ ଅସ୍ପଷ୍ଟ ରହିଛି। ସୂଚନା ଅନୁଯାୟୀ ଆହତ ଯୁବକ ଜଣକ ମଧ୍ୟପ୍ରଦେଶରୁ ଆସି ବୁଗୁଡ଼ା ଥାନା

ବାଲିପଦର ଫାଣ୍ଡି ଅଞ୍ଚଳରେ ରହି ଗୁପଚୁପ୍‌ ବ୍ୟବସାୟ କରୁଥିଲେ। ଗତକାଲି ରାତିରେ ଏକ ବାହାଘର ଭୋଜି ପାଇଁ ଅର୍ଡର ରଖିବାକୁ କହି ସଂପୃକ୍ତ ବ୍ୟବସାୟୀଙ୍କୁ ଜଣେ ଫୋନ୍‌ କରି ଡକାଇଥିଲେ। ତେବେ ଘଟଣାସ୍ଥଳରେ ପହଞ୍ଚିବା ପରେ ତାଙ୍କ ଉପରକୁ ଗୁଳିମାଡ କରାଯାଇଥିଲା। ବାଲିପଦର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.