ତେଲେଙ୍ଗା ବସ୍ତିରେ କୋରାଇ ପୋଲିସ ପକ୍ଷରୁ ଅତର୍କିତ ଚଢାଉ,୨୨୩ ଗ୍ରାମ ସୁନା ଅଳଙ୍କାର, ୧ କେଜି ୬୧ ଗ୍ରାମ ରୂପା ଅଳଙ୍କାର ସହ ୩ ଲୁଟେରା ଗିରଫ

ଯାଜପୁର(କେନ୍ୟୁଜ୍): ଯାଜପୁର ଜିଲ୍ଲା କୋରାଇ ପୋଲିସକୁ ବଡ଼ ସଫଳତା । ତେଲେଙ୍ଗା ବସ୍ତିରେ ପୋଲିସ ପକ୍ଷରୁ ଅତର୍କିତ ଚଢାଉ ୩ ଲୁଟେରାଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୨୨୩ ଗ୍ରାମ ସୁନା ଅଳଙ୍କାର, ୧ କେଜି ୬୧ ଗ୍ରାମ ରୂପା ଅଳଙ୍କାର, ନଗଦ ୩ ଲକ୍ଷ ୪ ହଜାର ଟଙ୍କା, ଏକାଧିକ ଏଟିଏମ୍‌ କାର୍ଡ଼ ଓ ମାରଣାସ୍ତ୍ର ଜବତ ହୋଇଛି ।

ପୂର୍ବରୁ ହୋଇଥିବା ବିଭିନ୍ନ ଚୋରି ଓ ଲୁଟ ଘଟଣାରେ ଏମାନଙ୍କ ସମ୍ପୃକ୍ତି ଥିବା ଜଣାପଡିଛି । ପୂର୍ବକୋଟ ଅଞ୍ଚଳରେ ଥିବା ତେଲେଙ୍ଗା ବସ୍ତିରେ ରହୁଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଯାଜପୁର ଏସପିଙ୍କ ନିର୍ଦ୍ଦେଶରେ ଜିଲ୍ଲା ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ଚଢାଉ କରିଥିଲା । ଚଢାଉ ବେଳେ ଅଭିଯୁକ୍ତ ଫେରାର ହେବାକୁ ଉଦ୍ୟମ ବେଳେ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.