Below header

ପଢୁଥିବା ବେଳେ ଘରେ ପଶି ନବମ ଶ୍ରେଣୀ ଛାତ୍ରକୁ ଦୁର୍ବୃତ୍ତର ଛୁରାମାଡ଼, କାରଣ ଅସ୍ପଷ୍ଟ

ଛୁରାମାଡ଼ର କାରଣ ଜଣାପଡ଼ିନାହିଁ । ମୃତ ଛାତ୍ର ବେଣାପଞ୍ଜୁରୀର ମନୋଜ ପାଲଟାସିଂଙ୍କ ପୁଅ ଶୁଭମ୍ ସ୍ୱରୂପ । ସେ ଓଡିଶା ଆଦର୍ଶ ବିଦ୍ୟାଳୟ ଶଣ୍ଢପୁରୁରେ ପଢୁଥିଲେ।

ଖୋର୍ଦ୍ଧା(କେନ୍ୟୁଜ୍): ଖୋର୍ଦ୍ଧା ଜଟଣୀ ଥାନା ବେଣାପଞ୍ଜୁରୀରେ ଚାଞ୍ଚଲ୍ୟ । ଦୁର୍ବୃତ୍ତର ଛୁରାମାଡ଼ରେ ନବମ ଶ୍ରେଣୀ ଛାତ୍ର ମୃତ । ଘରେ ପଢୁଥିବା ବେଳେ ଅଜଣା ବ୍ୟକ୍ତି ନାବାଳକକୁ ଛୁରାମାଡ଼ କରିଛି । ତେବେ ଛୁରାମାଡ଼ର କାରଣ ଜଣାପଡ଼ିନାହିଁ । ମୃତ ଛାତ୍ର ବେଣାପଞ୍ଜୁରୀର ମନୋଜ ପାଲଟାସିଂଙ୍କ ପୁଅ ଶୁଭମ୍ ସ୍ୱରୂପ । ସେ ଓଡିଶା ଆଦର୍ଶ ବିଦ୍ୟାଳୟ ଶଣ୍ଢପୁରୁରେ ପଢୁଥିଲେ।

ଘରେ ପଢ଼ୁଥିବା ବେଳେ ଦୁର୍ବୃତ୍ତ ଘରେ ପଶି ଛାତ୍ରକୁ ଛୁରୀ ଭୁଶି ଫେରାର ହୋଇଯାଇଛି। ପିଲାଟିର ଛାତି, ହାତରେ ୩ରୁ ଅଧିକ ଥର ଛୁରୀ ଭୁଶିଥିଲା । ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.