Below header

ରାଜଧାନୀରେ ୨ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଉଭୟ ଗୁରୁତର

ଏୟାର ପୋର୍ଟ ଅଞ୍ଚଳରେ ୨ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟିଛି l କୋଡ଼ିଏରୁ ତିରିଶ ଯୁବକ ସଂଘ ବଦ୍ଧ ଭାବରେ ଆକ୍ରମଣ କରିଥିଲେ ଦୁଇ ଜଣ ଯୁବକଙ୍କୁ l ହଣା ଖାଇଥିବା ଶିବା ନାମରେ ପୂର୍ବରୁ ଏକାଧିକ ଥାନାରେ ମାମଲା ରହିଛି ।

ଭୁବନେଶ୍ୱର : ଏୟାର ପୋର୍ଟ ଅଞ୍ଚଳରେ ୨ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟିଛି l କୋଡ଼ିଏରୁ ତିରିଶ ଯୁବକ ସଂଘ ବଦ୍ଧ ଭାବରେ ଆକ୍ରମଣ କରିଥିଲେ ଦୁଇ ଜଣ ଯୁବକଙ୍କୁ l ହଣା ଖାଇଥିବା ଶିବା ନାମରେ ପୂର୍ବରୁ ଏକାଧିକ ଥାନାରେ ମାମଲା ରହିଛି ।

ଅନ୍ୟ ଏକ ଗୋଷ୍ଠୀକୁ ଶିବା ଆକ୍ରମଣ କରିବାକୁ ଯାଇଥିବା ବେଳେ ୩0 ରୁ ଅଧିକ ଯୁବକ ଶିବା ଓ ତାହାର ସାଙ୍ଗକୁ ଘେରି ଯାଇଥିଲେ । ଆଉ ସଂଘବଦ୍ଧ ଆକ୍ରମଣ କରିଥିଲେ । ଗୁରୁତର ଯୁବକଙ୍କ ହାତ ଓ ମୁଣ୍ଡରେ ଲାଗିଛି ଗଭୀର ଆଘାତ । ଉଭୟଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରୁଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି । ବଡ଼ଦିନ ପାଇଁ ସହର ପୋଲିସ ଛାଉଣୀ ଥିବା ବେଳେ ଘଟିଛି ଏହି ଅଘଟଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.