Below header

ବିତ୍ତୀୟ ବ୍ୟବସ୍ଥା ଓ ପରିଚାଳନାରେ ଆଗକୁ ବଢୁଛି ଓଡ଼ିଶା

ବିତ୍ତୀୟ ବ୍ୟବସ୍ଥା ଓ ପରିଚାଳନାରେ ଆଗକୁ ବଢୁଛି ଓଡ଼ିଶା । ୨୦୧୭-୧୮ ଓ ୨୦୨୨-୨୩ରେ ମୁଣ୍ଡପିଛା ଆୟରେ ସର୍ବାଧିକ ବୃଦ୍ଧି ହୋଇଛି। ପୂର୍ବ ଭାରତରେ ମୁଣ୍ଡପିଛା ଆୟରେ ଓଡ଼ିଶା ଆଗରେ ଥିବା ଲୋକସଭାର ପ୍ରଶ୍ନକାଳ ଉତ୍ତରରୁ ସ୍ପଷ୍ଟ ହୋଇଛି ।

ବିତ୍ତୀୟ ବ୍ୟବସ୍ଥା ଓ ପରିଚାଳନାରେ ଆଗକୁ ବଢୁଛି ଓଡ଼ିଶା । ୨୦୧୭-୧୮ ଓ ୨୦୨୨-୨୩ରେ ମୁଣ୍ଡପିଛା ଆୟରେ ସର୍ବାଧିକ ବୃଦ୍ଧି ହୋଇଛି। ପୂର୍ବ ଭାରତରେ ମୁଣ୍ଡପିଛା ଆୟରେ ଓଡ଼ିଶା ଆଗରେ ଥିବା ଲୋକସଭାର ପ୍ରଶ୍ନକାଳ ଉତ୍ତରରୁ ସ୍ପଷ୍ଟ ହୋଇଛି ।

ରାଜ୍ୟର ଋଣହାର ଦେଶରେ ସବୁଠୁ କମ୍ ଅଛି । ବିତ୍ତୀୟ ବ୍ୟବସ୍ଥା କ୍ଷେତ୍ରରେ ଓଡ଼ିଶା ଭାରତର ଅନ୍ୟ ରାଜ୍ୟ ଭାବେ ସ୍ଥାନ ପାଇଥିବା ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ସଦସ୍ୟା ସମିକା ରବି କହିଛନ୍ତି । ବିତ୍ତୀୟ ବ୍ୟବସ୍ଥା , ବିତ୍ତୀୟ ପରିଚାଳନାରେ ଓଡ଼ିଶା ଭଲ ରାଜ୍ୟଭାବେ ପରିଗଣିତ ହୋଇଛି।

୧୯୯୯-୨୦୦୦ ମସିହାରେ ଋଣ ପରିଶୋଧ କରିବାରେ ଓଡ଼ିଶା ଅସମର୍ଥ ଥିଲା । ତେବେ ଗତ ୨୪ -୨୫ ବର୍ଷରେ ସୁଶାସନ ଓ ଗୁଡ଼ ଫିଜିକାଲ ମେନେଜମେଣ୍ଟ ଆଉଟକମ ହିସାବରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । ପଡୋଶୀ ରାଜ୍ୟ ବିହାର ଓ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ବହୁ ଆଗରେ ଅଛି । ଏପରିକି ବିହାର ଓଡିଶା ସହ ପାଖାପାଖି ପହଞ୍ଚି ନାହିଁ । ଭାରତର ବଡ଼ ବଡ଼ ରାଜ୍ୟ ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ ଠାରୁ ଓଡ଼ିଶା ଆଗରେ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.