Below header

ଟାଙ୍ଗିଆ ଓ ଭୁଜାଲିରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

ବାଲେଶ୍ଵର: ଟାଙ୍ଗିଆ ଓ ଭୁଜାଳିରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ । ବାଲେଶ୍ଵର ଜିଲ୍ଲା ଖଇରା ବ୍ଳକ ସିମୁଳିଆ ଥାନା ପାଇକାଳପୁର ଗ୍ରାମର ସୁଦାମ ଚରଣ ସାହୁ ଦୀର୍ଘଦିନ ଧରି ସାରଡାଙ୍ଗ ବଜାରରେ ଶମ୍ଭୁନାଥ ନାଁ ରେ ଏକ ଜୁଏଲାରୀ ଦୋକାନ କରିଥିଲେ । ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଅଲିପୁର ପାଇକାଳ ପୁର ରାସ୍ତାରେ ୪ରୁ ଅଧିକ ଦୁର୍ବୃତ୍ତ ସୁଦାମଙ୍କର ଗାଡିକୁ ଅଟକାଇ ଟାଙ୍ଗିଆ ଓ ଭୁଜାଲିରେ ଆକ୍ରମଣ କରିଥିଲେ ।

ରକ୍ତ ଜୁଡୁବୁଡୁ ଅଵସ୍ଥାରେ ସୁଦାମ ଚିତ୍କାର କରୁଥିଲା ଦୁର୍ବୃତ୍ତ ମାନେ ଡ଼ିକି ଭାଙ୍ଗି ଦୁଇ ଲକ୍ଷ ଟଙ୍କାରୁ ଅଧିକ ଗହଣା ଲୁଟି ଫେରାର ହୋଇଯାଇଥିଲେ । ସିମୁଳିଆ ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଜାରି ରଖିଛନ୍ତି ।ଅନ୍ୟପଟେ ଆକ୍ରମଣରେ ସୁଦାମ ଗୁରୁତର ଅବସ୍ଥାରେ ସିମୁଳିଆ ରୁଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.