ରାଜ୍ୟରେ ଦୁଇ ଲକ୍ଷ ଛୁଇଁଲା କରୋନା ସୁସ୍ଥ ସଂଖ୍ୟା, ଆଜି ସୁସ୍ଥ ହେଲେ ଆଉ ୪ ହଜାର ୧୦୮ ଆକ୍ରାନ୍ତ

ଭୁବନେଶ୍ଵର (କେନ୍ୟୁଜ ବ୍ୟୁରୋ): ରାଜ୍ୟରେ ଦୁଇ ଲକ୍ଷ ଛୁଇଁଲା କରୋନା ସୁସ୍ଥ ସଂଖ୍ୟା । ଆଜି ଆଉ ୪ ହଜାର ୧୦୮ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୨ ଲକ୍ଷ ୨ ହଜାର ୩୦୨କୁ ବୃଦ୍ଧି ପାଇଛି । ସୁସ୍ଥ ହାର ରହିଛି ୮୬ ପ୍ରତିଶତ । ସେପ୍ଟେମ୍ବର ୮ ତାରିଖରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ଲକ୍ଷେ ପାର କରିଥିଲା । ମାସେ ଭିତରେ ଆଉ ଲକ୍ଷେ ଆରୋଗ୍ୟ ଲାଭ କରିଛନ୍ତି । ଏବେ ସଂକ୍ରମିତଙ୍କ ଅପେକ୍ଷା ଦୈନିକ ସୁସ୍ଥ ହେଉଛନ୍ତି ଅଧିକ ଆକ୍ରାନ୍ତ ।


ସେହିପରି ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍‌ ୩୫୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୧୦୮ ଜଣ ସଂଗରୋଧ ଓ ୨୪୬ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.