Below header

ବ୍ରହ୍ମପୁରରେ ଲୁଟେରାଙ୍କ ଆତଙ୍କରାଜ୍, ମାଡ଼ ମାରି ଯୁବକଙ୍କଠାରୁ ଲୁଟିଲେ ସୁନା ଚେନ,ମୋବାଇଲ ଓ ଟଙ୍କା 

ବ୍ରହ୍ମପୁର(କେନ୍ୟୁଜ୍): ଯୁବକଙ୍କୁ ଆକ୍ରମଣ କରି ଲୁଟିନେଲେ ଲୁଟେରା। ଘଟଣା ଘଟିଛି ବ୍ରହ୍ମପୁର ଉପକଣ୍ଠ ସଦର ଥାନା ଅନ୍ତର୍ଗତ ଲୋଡାପଡ଼ାସ୍ଥିତ ପାଣି ମହାପୁରୁ ନିକଟରେ।  ଗତ କାଲି ରାତିରେ ଏହି ଘଟଣା ଘଟିଛି।   ଲୁଟେରାଙ୍କ ଶୀକାର  ହୋଇଥିବା ଯୁବକଙ୍କ ନାମ  ବି. ସୁନିଲ କୁମାର ପାତ୍ର  । ଗତ କାଲି ରାତି ପ୍ରାୟ ୯ଟା ବେଳେ ସେ ପେଟ୍ରୋଲ ପମ୍ପକୁ ପେଟ୍ରୋଲ ପକାଇବାକୁ ଯାଇ ନିଜ ଘର ବି. ଜଗନ୍ନାଥପୁରକୁ ଫେରୁଥିଲେ।  ଏହି ସମୟରେ  ରାସ୍ତାରେ ତିନି ଜଣ ଦୁର୍ବୃତ୍ତ ସୁନିଲଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ  । ଆକ୍ରମଣ କରି ଲହୁ ଲୁହାଣ କରିବା ପରେ ସେ ପିନ୍ଧିଥିବା ସୁନା ଚେନ, ମୁଦି ସହ  ମୋବାଇଲ ଓ ଟଙ୍କା ଲୁଟି ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି  ।

ganjam 2

ଲୁଟେରାଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ସୁନୀଲ ନିକଟସ୍ଥ ଏକ ଘରକୁ ଯାଇ କହିବା ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ  । ତେବେ ଦୁର୍ବୃତ୍ତଙ୍କ ଆକ୍ରମଣରେ ସୁନିଲଙ୍କ ମୁଣ୍ଡ ଓ ଗୋଡରେ ଗଭୀର ଆଘାତ ଲାଗିଥିବା ବେଳେ ସେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି  । ସେପଟେ ଏନେଇ ସଦର ଥାନା ପୋଲିସରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳ ଓ ମେଡିକାଲ ଯାଇ ତଦନ୍ତ ଆରମ୍ଭ କରିଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.