ବାଇକ୍ ଡିକି ଭାଙ୍ଗି ୨ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବାଇକ୍ ଡିକି ଭାଙ୍ଗି 2 ଲକ୍ଷ 87 ହଜାର ଟଙ୍କା ଲୁଟ୍ କଲେ ଦୁର୍ବୃତ୍ତ । ଆଠଗଡ଼ ଅଶୋକ ନଗରରେ ଘଟିଛି ଏଭଳି ଘଟଣା ।

ଆଠଗଡ଼ : ବାଇକ୍ ଡିକି ଭାଙ୍ଗି 2 ଲକ୍ଷ 87 ହଜାର ଟଙ୍କା ଲୁଟ୍ କଲେ ଦୁର୍ବୃତ୍ତ । ଆଠଗଡ଼ ଅଶୋକ ନଗରରେ ଘଟିଛି ଏଭଳି ଘଟଣା । ଭାରତ ମସଲାର ଡିଷ୍ଟିବୁଟର୍ ପ୍ରଶାନ୍ତ କୁମାର ସ୍ୱାଇଁ ନିଜ ଘର ସାମନାରେ ଗାଡ଼ି ରଖି ଘରକୁ ଯାଇଥିବା ବେଳେ ଲୁଟ୍ କରିଛନ୍ତି ଲୁଟେରା । ଏକ ବାଇକ୍ ଯୋଗେ ଦୁଇ ଜଣ ଯୁବକ ଆସି ଟଙ୍କା ଲୁଟିନେଇଛନ୍ତି । ଘଟଣାସ୍ଥଳରେ ଆଠଗଡ଼ ପୋଲିସ୍ ପକ୍ଷରୁ ତନାଘନା ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.