ପାଦ ତାର କାମ କରୁନି, ବାପା ମା ଛାଡ଼ି କୁଆଡ଼େ ଚାଲି ଯାଇଛନ୍ତି

ଜୀବନ ଯନ୍ତ୍ରଣାରେ ଦିନ ବିତଉଛି କୁନି ଝିଅ ସୁଚିସ୍ମିତା। ବାପା ମା ଛାଡ଼ି ଚାଲିଯିବା ପରେ ଦିବ୍ୟାଙ୍ଗ ନାତୁଣୀ ମୁହଁରେ କିଏ ହସ ଫୁଟାଇବ ଚିନ୍ତାରେ ଜେଜେବାପା ଜେଜେମା। ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ କଳାଶୁଣି ଗ୍ରାମର ଗୋବିନ୍ଦ ପଣ୍ଡାଙ୍କ ନାତୁଣୀ ସୁଚିସ୍ମିତା।

ଗୁରୁଣ୍ଡି ଗୁରୁଣ୍ଡି ଚାଲୁଛି ଏ କୁନି ଝିଅଟି । ତା ପାଇଁ ସାହାରା ଏଇ ଦୁଇ ହାତ । ଦୁନିଆ ବିଷୟରେ ଜାଣିନଥିବା ଏଇ କୁନି ଝିଅଟି ନିଜ ପାଦରେ ଠିଆ ହୋଇ ଏ ଦୁନିଆ ଦେଖିବା ପୂର୍ବରୁ ଭଗବାନ ତାଙ୍କୁ ଦେଇଛନ୍ତି ଏଭଳି ଦଣ୍ଡ । ସେ ଯେତେବେଳେ ବଡ଼ ହୋଇ ଦୁନିଆ ଦେଖିବା ପାଇଁ ସମସ୍ତଙ୍କ ପରି ତା ପାଦରେ ଠିଆ ହେବାକୁ ଚେଷ୍ଟା କରିବ ଆଉ ଜାଣିବାକୁ ପାଇବ ଯେ ସେ ଆଉ ନିଜ ପାଦରେ କେବେବି ଠିଆ ହୋଇ ପାରିବନି ସେତେବେଳେ ତା’ ମନରେ କଣ ବିତିବ । ଏକଥା ଆମେ ଭାବିଲାରୁ ଆମକୁ କଷ୍ଟ ଲାଗୁଛି ।

ଜୀବନ ଯନ୍ତ୍ରଣାରେ ଦିନ ବିତଉଛି କୁନି ଝିଅ ସୁଚିସ୍ମିତା। ବାପା ମା ଛାଡ଼ି ଚାଲିଯିବା ପରେ ଦିବ୍ୟାଙ୍ଗ ନାତୁଣୀ ମୁହଁରେ କିଏ ହସ ଫୁଟାଇବ ଚିନ୍ତାରେ ଜେଜେବାପା ଜେଜେମା। ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ କଳାଶୁଣି ଗ୍ରାମର ଗୋବିନ୍ଦ ପଣ୍ଡାଙ୍କ ନାତୁଣୀ ସୁଚିସ୍ମିତା। ପିଲାଟି ବେଳୁ ସୁଚିସ୍ମିତାର ପିଠି ମେରୁଦଣ୍ଡରେ ଏକ ଟ୍ୟୁମର ହୋଇଥିଲା। ଧାର କରଜ କରି କଟକ ମେଡିକାଲରେ ଟ୍ୟୁମର ଅପରେସନ କରିଥିବା ବେଳେ ପୋଲିଓ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହିତ ସଂଗ୍ରାମ କରୁଛି ସୁଚିସ୍ମିତା। ଜେଜେବାପା ଜେଜେ ମାଙ୍କ ପାଖରେ ଟଙ୍କା ନଥିବାରୁ ନାତୁଣୀକୁ ସୁସ୍ଥ କରିବା ପାଇଁ ସେମାନେ ଅସମର୍ଥ। ବଜାରରେ ଛୋଟ ଜଳଖିଆ ଦୋକାନରୁ ଯାହା ରୋଜଗାର ହୁଏ ପରିବାର ଚଳାଇବା ସହ ନାତୁଣୀକୁ ସୁସ୍ଥ କରିବା ପାଇଁ ମେଡିକାଲକୁ ନେଇଥାନ୍ତି ଜେଜେବାପା। କୁନି ଝିଅର ଦୁଇ ଗୋଡ଼ ଅଚଳ ହୋଇଯାଇଥିଲା ବେଳେ କେତେବେଳେ ଘୋଷାଡ଼ି ଘୋଷାଡ଼ି ଯାଉଛି ତ ଆଉ କେତେ ବେଳେ ଜେଜେବାପା ଜେଜେମା ସାହାରା ସାଜୁଛନ୍ତି । ଝିଅର ଏଭଳି ପରିସ୍ଥିତିରେ କେଉଁ କାରଣ ପାଇଁ ବାପା ମା ଛାଡ଼ି ପଳାଇ ଗଲେ ଯେ କିଛି ଖୋଜ ଖବର ମିଳୁ ନାହିଁଁ । କୁନି ଝିଅକୁ ଛାଡି ଯିବାର ଦୁଇ ଵର୍ଷ ବିତିଲାଣି ନା ମା ଆସୁଛି, ନା ଵାପା ଆସୁଛନ୍ତି ଝିଅର ଭଲ ମନ୍ଦ ଦେଖି ବୁଝିବାପାଇଁ । ଅସହାୟ ଅବସ୍ଥାରେ ରାଣୀତାଲ କୁପାରୀ ରାସ୍ତାର ନିକଟରେ ଦେଖିବାକୁ ମିଳିଛି ଏବେ ନିତିଦିନିଆ ଦୃଶ୍ୟ । ଜେଜେ ମା ଦୋକାନରେ ଵସି ପକୁଡି ସହିତ ଭିନ୍ନ ଭିନ୍ନ ସାମଗ୍ରୀ ବିକ୍ର କରୁଥିବା ଵେଳେ ଜେଜେ ଵାପା ମୂଲ ଲାଗିଵାକୁ ଯାଉଛନ୍ତି । ଏପଟେ ରୋଗ ଯନ୍ତ୍ରଣାରେ ପଡ଼ି ୬ବର୍ଷର ସୁଚିସ୍ମିତା ଜୀବନ ସହିତ ସଂଘର୍ଷ କରୁଛି । ଦିବ୍ୟାଙ୍ଗ ଝିଅକୁ ବାପା ମା ଛାଡି ଦେଇ ପଳାଇ ଯିବା ପରେ ନାତୁଣୀକୁ ସୁସ୍ଥ କରିବା ପାଇଁ ପାଖରେ କାଣୀ କଉଡ଼ିଟିଏ ନାହିଁ। ରେସନ କାର୍ଡରେ ନାତୁଣୀର ନାମ ନଥିବା ବେଳେ ଦିବ୍ୟାଙ୍ଗ ସାର୍ଟିଫିକେଟ ଓ ଆଧାର କାର୍ଡ କଲା ବେଳେ ବାପା ମା ନେଇ ପଳାଇ ଯାଇଥିବାର ଜେଜେବାପା କହିଛନ୍ତି ।

ତେବେ ଯଦି କେହି ସହୃଦୟ ବ୍ୟକ୍ତି ସୁଚିସ୍ମିତାକୁ ସୁସ୍ଥ କରିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତେ ତାହେଲେ ସୁଚିସ୍ମିତା ସୁସ୍ଥ ହୋଇ ପାରନ୍ତା। ଆଉ ସେ ନିଜ ପାଦରେ ଠିଆ ହୋଇ ଦୁନିଆ ଦେଖିବାର ଟିକିଏ ସୁଯୋଗ ପାଆନ୍ତେ । ଯଦି କେହି ସହୃଦୟ ବ୍ୟକ୍ତି ଏହି ନୀରିହ ଶିଶୁଟିକୁ ସାହାଯ୍ୟ କରିବାକୁ ଚାହୁଁଥାଆନ୍ତି ତେବେ ଏହି ମୋବାଇଲ ନଂ 9040872762 ରେ ଯୋଗାଯୋଗ କରି ସାହାଯ୍ୟ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.