Below header

ବାହାଘର ପୂର୍ବରୁ ନିଆଁର ଆଁରେ ଜଳି ପୋଡ଼ି ପାଉଁଶ ହୋଇଗଲା ୯ଟି ପରିବାରର ୧୨ ବଖରା

ଆସନ୍ତା ୨୮ ତାରିଖରେ ହୋଇଥାଆନ୍ତା ବାହାଘର । ବାଜିଥାଆନ୍ତା ଶାହାନାଇ । ଶଙ୍ଖ ହୁଳୁହୁଳି ଶଦ୍ଦରେ ପୂରି ଉଠିଥାଆନ୍ତା ପୂରା ପରିବେଶ ହେଲେ ତା ପୂର୍ବରୁ ଘଟିଗଲା ଏପରି ଅଘଟଣ । ଯାହା ସେମାନେ କେବେ ସ୍ୱପ୍ନରେ ବି ସୁଦ୍ଧା ଭାବିନଥିଲେ । ଅଚାନକ ନିଆଁ ଲାଗି ଧୂଳିସାତ ହୋଇଗଲା ୯ ଟି ପରିବାରର ସମ୍ପୂର୍ଣ୍ଣ ଘର । ନିଆଁର ଆଁରେ ଜଳି ପୋଡ଼ି ପାଉଁଶ ହୋଇଗଲା ୯ଟି ପରିବାରର ୧୨ ବଖରା ।

ଆସନ୍ତା ୨୮ ତାରିଖରେ ହୋଇଥାଆନ୍ତା ବାହାଘର । ବାଜିଥାଆନ୍ତା ଶାହାନାଇ । ଶଙ୍ଖ ହୁଳୁହୁଳି ଶଦ୍ଦରେ ପୂରି ଉଠିଥାଆନ୍ତା ପୂରା ପରିବେଶ ହେଲେ ତା ପୂର୍ବରୁ ଘଟିଗଲା ଏପରି ଅଘଟଣ । ଯାହା ସେମାନେ କେବେ ସ୍ୱପ୍ନରେ ବି ସୁଦ୍ଧା ଭାବିନଥିଲେ । ଅଚାନକ ନିଆଁ ଲାଗି ଧୂଳିସାତ ହୋଇଗଲା ୯ ଟି ପରିବାରର ସମ୍ପୂର୍ଣ୍ଣ ଘର । ନିଆଁର ଆଁରେ ଜଳି ପୋଡ଼ି ପାଉଁଶ ହୋଇଗଲା ୯ଟି ପରିବାରର ୧୨ ବଖରା । ବାହାଘର ପାଇଁ ସଞ୍ଚୟ କରିଥିବା କଷ୍ଟ ଅର୍ଜିତ ଟଙ୍କା ଏବଂ ସୁନା ଅଳଙ୍କାର ପୋଡ଼ି ଛାରଖାର ହୋଇଗଲା । ଚାହୁଁ ଚାହୁଁ ଧୂଳିସାତ ହୋଇଗଲା ସୁନେଲି ଭବିଷ୍ୟତ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଶାଳବଣୀ ପଞ୍ଚାୟତର ପଣ୍ଡୁଆ ଗ୍ରାମରେ ।

ଗ୍ରାମର ନାଇକ ସାହିରେ ହଠାତ୍ ଫୁଲ ନାଇକ ରୋଷେଇ କରୁଥିବା ବେଳେ ଘର ଛପର ରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ । ନିଆଁ ଲିଭାଇବାକୁ ଚିତ୍କାର କରିବା ସହ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ଫୁଲଙ୍କ ପରିବାର ଲୋକେ । ହେଲେ ନିଆଁ ଆୟତ୍ତ ହେବା ପରିବର୍ତ୍ତେ ଲାଗିକି ରହିଥିବା ଚାଳଛପର ଘରର ବଖରା ପରେ ବଖରା ଘରକୁ ମାଡି ଯାଇଥିଲା କରାଳ ନିଆଁ । ଏଥିରେ ୯ ଟି ପରିବାରର ୧୨ ବଖରା ଘର ସଂପୂର୍ଣ୍ଣ ଜଳିଯାଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ ଘର ଭିତରକୁ ଯାଇ କୌଣସି ଜିନିଷ ଉଦ୍ଧାର କରିବା ଅସମ୍ଭବ ଥିଲା । ଦମକଳ ବାହିନୀ ପହଞ୍ଚିବା ବେଳକୁ ଘରର ସମସ୍ତ ଜିନିଷ ପାଉଁଶ ହୋଇଯାଇଥିଲା।

ଆସନ୍ତା ୨୮ ତାରିଖରେ ଦାମୋଦର ନାଏକଙ୍କ ବିବାହ ସ୍ଥିର ହୋଇଥିଲା । ବାହାଘରରେ ଖର୍ଚ୍ଚ କରିବା ପାଇଁ ପରିଶ୍ରମ କରି ଦେଢ଼ ଲକ୍ଷ ଟଙ୍କା ସଞ୍ଚୟ କରି ଘରେ ରଖିଥିଲେ । ହେଲେ ଏହି ଅଗ୍ନିକାଣ୍ଡରେ ସମସ୍ତ ଟଙ୍କା ସହ ବହୁ ଆସବାବପତ୍ର ପୋଡ଼ି ଯାଇଛି । ଏବେ କେମିତି ବିବାହ କରିବେ ସେଥିପାଇଁ ଚିନ୍ତାରେ ଅଛନ୍ତି । ସେହିପରି ଗ୍ରାମର ରଥିଆ ନାଏକ ନିଜର ଝିଅ ବାହାଘର ପାଇଁ ସୁନା ଅଳଙ୍କାର ସହ ନୂଆ ଆସବାବ ପତ୍ର କିଣି ରଖିଥିବା ବେଳେ ଅଗ୍ନିକାଣ୍ଡ ରେ ସୁନା ଅଳଙ୍କାର ସହ ସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି । ଅନ୍ୟ ପରିବାର ଲୋକଙ୍କର ମଧ୍ୟ ଲକ୍ଷାଧିକ ଟଙ୍କା ସହ ସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି । ତେବେ ଏହି ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ପରିବାର ଗରିବ ଶ୍ରେଣୀର ହୋଇ ଥିବାରୁ ସେମାନଙ୍କୁ ତୁରନ୍ତ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି । ଅନ୍ୟପକ୍ଷରେ ଆନନ୍ଦପୁର ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ପ୍ରତ୍ୟେକ ପରିବାରକୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବା ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସମ୍ପୁର୍ଣ୍ଣ ଘର ପୋଡି ଯାଇଥିବା ପରିବାରକୁ ଲକ୍ଷେ କୋଡ଼ିଏ ହଜାର ଟଙ୍କା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସ୍ଥାନୀୟ ବିଧାୟକ ମଧ୍ୟ ପହଞ୍ଚି ଏହି ପରିବାରକୁ କିଛି ମାତ୍ରାରେ ସାହାଯ୍ୟର ହାତ ବଢ଼ାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.