ବଡ଼ବିଲ ଅଞ୍ଚଳରେ ମାତିଛନ୍ତି ଲୁଟେରା, କଳିଙ୍ଗ ହାର୍ଡୱେର୍‌ ଆଣ୍ଡ କନଷ୍ଟ୍ରକସନରୁ ୩୫ ଲକ୍ଷ ଟଙ୍କା ଲୁଟ୍

ବଡ଼ବିଲ(କେନ୍ୟୁଜ୍): ବଡ଼ବିଲ ଅଞ୍ଚଳରେ ମାତିଛନ୍ତି ଲୁଟେରା । ଦୀପାବଳି ରାତିରେ ୟୁକୋ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌ ଉଦ୍ୟମ ପରେ ଆଉ ଏକ ଲୁଟ୍‌ ଘଟଣା ସାମ୍ନାକୁ ଆସିଛି । ସହରର ମୁଖ୍ୟ ରାସ୍ତା ଉତ୍କଳ ଅଟମୋବାଇଲ୍ସ ନିକଟରେ ଥିବା କଳିଙ୍ଗ ହାର୍ଡୱେର୍‌ ଆଣ୍ଡ କନଷ୍ଟ୍ରକସନରୁ ୩୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ରବିବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି ସଂସ୍ଥାର ମାଲିକ । ଲୁଟ୍‌ରେ ସଂସ୍ଥାର ଜଣେ କର୍ମଚାରୀଙ୍କ ସଂପୃକ୍ତି ଥିବା ସିସିଟିଭି ଫୁଟେଜ୍‌ରୁ ସ୍ପଷ୍ଟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.