ଏୟାର ଇଣ୍ଡିଆ ବିକ୍ରି ନେଇ କୋହଳ ହେବ ଏଫଡିଆଇ ନିୟମ

ଋଣରେ ଏକ ପ୍ରକାର ଡୁବିକି ରହିଥିବା ଏୟାର ଇଣ୍ଡିଆ କମ୍ପାନୀକୁ ବିକ୍ରି କରିବା ପାଇଁ ସରକାର ବିଦେଶୀ ପୁଞ୍ଜି ନିବେଶ ବା ଏଫଡିଆଇ ନିୟମରେ କିଛିଟା କୋହଳ  କରିବେ  । ଉଦ୍ୟୋଗ ଓ ଆନ୍ତରିକ ବାଣିଜ୍ୟ କାରବାର ବିଭାଗ ଓ ନାଗରିକ ଉନ୍ନୟନ ମନ୍ତ୍ରାଳୟ ତରଫରୁ ସରକାରଙ୍କ ଅଧୀନରେ ଥିବା ଏୟାର ଇଣ୍ଡିଆ କମ୍ପାନୀର ବିକ୍ରି ନେଇ ଗ୍ରାହକଙ୍କୁ ଅଧିକ ଆକର୍ଷଣ କରିବା ପାଇଁ ହିଁ ଏହି ନିଷ୍ପତି ନେଇଥିବା ଜଣାଯାଉଛି । ସୂଚନା ମୁତାବକ ଲମ୍ବା ସମୟ ଧରି ସରକାର ଏହାକୁ ବିକ୍ରି କରିବାକୁ ଉଦ୍ୟମ କରୁଥିଲେ ମଧ୍ୟ ସଫଳ ହୋଇପାରି ନାହାନ୍ତି । ଆସନ୍ତା ମାସ ପୁଣି ଥରେ ଏହାର ନିଲାମ ଡକାଯିବା ନେଇ ସ୍ଥିର କରାଯାଇଛି ।

ଏହା ସହ ପଢନ୍ତୁ: EPFO କୋଟିଏ ଲୋକଙ୍କୁ ଦେଲା ଚେତାବନୀ, ଯଦି କାମ ଏହି କରନ୍ତି ତେବେ ଖାଲି ହୋଇଯିବ ଆପଣଙ୍କ ପିଏଫ ଆକାଉଣ୍ଟ

ଏୟାର ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ସରକାର ସେହି ସେହି କ୍ଷେତ୍ରରେ ଏଫଡ଼ିଆଇ ନିୟମକୁ କୋହଳ କରିବାକୁ ଚାହୁଁଛନ୍ତି ଯେଉଁ ଥରେ ସ୍ୱଚାଳିତ ବ୍ୟବସ୍ଥାରେ ୧୦୦ ପ୍ରତିଶତ ଏଫଡ଼ିଆଇ ମିଳିପାରୁନାହିଁ । ମିଳିଥିବା ସୂଚନା ଅନୁଯାୟୀ ଏୟାର ଇଣ୍ଡିଆ ଉପରେ ବର୍ତ୍ତମାନ ସମୟରେ ପ୍ରାୟ ୫୮,୦୦୦ କୋଟି ଟଙ୍କାର ଋଣ ରହିଛି । ଏହାସହ ଅର୍ଥାଭାବ ହେତୁ ଏହାର ପରିଚାଳନା ମଧ୍ୟ ଠିକରେ କରାଯାଇ ପାରୁନାହିଁ । ଆଜି ଅନୁଷ୍ଠିତ ହେବାକୁ ଥିବା ମନ୍ତ୍ରାଳୟ ସ୍ଥରୀୟ ବୈଠକରେ ଏହି ବିଷୟରେ ଅଧିକ ନିଷ୍ପତି ନିଆଯିବ । ଏହି ବୈଠକରେ ବିଦେଶୀ କମ୍ପାନୀ ମାନଙ୍କୁ ଆକର୍ଷଣ କରିବା ପାଇଁ ଏଫଡିଆଇ ନିୟମରେ ଅଧିକ କୋହଲତା ଅଣାଯିବ ସେ ନେଇ ଚର୍ଚ୍ଚା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.