Below header

ଗଞ୍ଜାମ: ଘରର ଛାତରେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କଲେ ଦୁର୍ବୃତ୍ତ, ତନାଘନା ଜାରି ରଖିଛି ପୋଲିସ

ଭଞ୍ଜନଗର (କେ ନ୍ୟୁଜ): ଘରେ ପଶି ମହିଳାଙ୍କୁ ନିର୍ମମ ହତ୍ୟା । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଜିଲୁଣ୍ଡି ନିକଟ ମଳାସପଦର ଗାଁ ଛକ ନିକଟରେ ଘଟିଛି ଘଟଣା । ମୃତ ମହିଳା ଜଣଙ୍କ ହେଲେ ମଳାସପଦର ଗାଁର ବାସିନ୍ଦା ପ୍ରଶାନ୍ତ କୁମାର ସାହୁଙ୍କ ଧର୍ମପତ୍ନୀ ଜ୍ୟୋସ୍ନାରାଣୀ ସାହୁ । କେହି ଦୁବୃର୍ତ୍ତ ଘରେ ପଶି ଛାତ ଉପରେ ତାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଛି । ଭଞ୍ଜନଗର SDPO ଓ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ କରୁଛି । କିଏ ଏମିତି ଏକ ହତ୍ୟାକାଣ୍ଡ ଘଟାଇଲା ସେନେଇ ତନାଘନା ଚାଲିଥିବା ବେଳେ ।

bhanjanagar

ମିଳିଥିବା ସୂଚନା ଅନୁଯାୟୀ, ଗତରାତିରେ ଜ୍ୟୋତ୍ସା ନିଜ ଘରର ଛାତ ଉପରେ ଏକୁଟିଆ ବସିଥିବା ବେଳେ କିଛି ଦୁବୃତ୍ତ ପଛ ଦରଜା ଦେଇ ଘର ଭିତରକୁ ପଶି ଆସିଥିଲେ । ଏହା ପରେ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଅତର୍କିତ ଆକ୍ରମଣ କରିଥିଲେ । ଜ୍ୟୋତ୍ସାଙ୍କ ଚିତ୍କାର ଶୁଣି ପରିବାରର ଅନ୍ୟ ସଦସ୍ୟ ମାନେ ଛାତକୁ ଆସିବା କ୍ଷଣି ଦୁବୃତ୍ତ ମାନେ ସେଠାରୁ ଆଖି ପିଛୁଳାକେ ଖସି ପଳାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.