ସୁନ୍ଦର ଏବଂ ଉଜ୍ୱଳ ତ୍ୱଚା ପାଇଁ ସର୍ବୋତ୍ତମ ଏହି ଫେସପ୍ୟାକ୍‌, ଏମିତି କରନ୍ତୁ ବ୍ୟବହାର

ସୁନ୍ଦର ଓ ଉଜ୍ୱଳ ତ୍ୱଚା ସମସ୍ତଙ୍କର ପସନ୍ଦ। ଏଥିପାଇଁ ଯୁବତୀ ଆଜିକାଲି ବଜାରରେ ମିଳୁଥିବା ମହଙ୍ଗା ପ୍ରସାଧନ ସାମଗ୍ରୀ ଉପରେ ନିର୍ଭର କରିଥାନ୍ତ। କିନ୍ତୁ ଏହିସବୁ କ୍ରିମରେ ଥିବା କେମିକାଲ୍ସ ତ୍ୱଚାକୁ ସୁନ୍ଦର କରିବା ପରିବର୍ତ୍ତେ ଖରାପ କରିଦିଏ। ତେବେ ବହୁ ପ୍ରାକୃତିକ ଦ୍ରବ୍ୟ ରହିଛି, ଯାହାର ବ୍ୟବହାର କରିବା ଦ୍ୱାରା ତ୍ୱଚାର ସୁନ୍ଦରତା ଦ୍ୱିଗୁଣିତ ହୋଇଯାଏ।ନିଜର ତ୍ୱଚାକୁ ସୁନ୍ଦର କରିବାକୁ ଚାହୁଁଛନ୍ତି, ତେବେ କମଳା ଚୋପାର ଫେସପ୍ୟାକ୍ ସର୍ବୋତ୍ତମ ରହିଥାଏ। କମଳା ଚୋପାରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଯୋଗୁଁ ସ୍କିନ ପୋରର୍ସ ଖୋଲିଯାଇଥାଏ।
କିପରି ଏହାର ପ୍ରସ୍ତୁତି ଓ ବ୍ୟବହାର କରିବେ ଜାଣନ୍ତୁ…

କମଳା ଚୋପାକୁ ପ୍ରଥମେ ଭଲ ଭାବେ ଖରାରେ ଶୁଖାଇ ଦିଅନ୍ତୁ । ଏହାପରେ ଏହାକୁ ପେଷି ଗୁଣ୍ଡ କରି ଦିଅନ୍ତୁ। ଏହି କମଳା ଚୋପା ଗୁଣ୍ଡରେ ହଳଦୀ ଗୁଣ୍ଡ ମିଶାଇ ଭଲ ଭାବେ ମିଶାଇ ଦିଅନ୍ତୁ।

orange

ଏହି ପାଉଡ଼ରରେ ଗୋଲାପ ଜଳ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ କିଛି ସମୟ ରଖି ଦିଅନ୍ତୁ। ମୁଁହ ଶୁଖିବା ପରେ ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ।

ସପ୍ତାହକୁ ଥରେ ଏହାକୁ ଲଗାଇଲେ ନିଜେ ଏହାର ଚମତ୍କାରିତା ଅନୁଭବ କରି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.