ଡାକ୍ତର ଦୁନିଆର ଏମିତି ଏକ ଦେଶ, ଯେଉଁଠି ଗୋଟେ ହେଲେ ବି ନାହିଁ ମସଜିଦ ଏବଂ ମସଜିଦ ନିର୍ମାଣକୁ ମିଳିନାହିଁ ଅନୁମତି

ଦୁନିଆରେ ଏମିତି ଏକ ଦେଶ ରହିଛି, ଯେଉଁଠି ମୁସଲମାନ ତ ରୁହନ୍ତି କିନ୍ତୁ ଏଠାରେ କୌଣସି ମସଜିଦ ନାହିଁ। କେବଳ ଏତିକି ନୁହେଁ, ଏଠାରେ କୌଣସି ମସଜିଦ ନିର୍ମାଣ କରିବାକୁ ଅନୁମତି ମଧ୍ୟ ଦିଆଯାଇନାହିଁ। ଏହି ଦେଶର ନାମ ସ୍ଲୋଭାକିଆ। ସ୍ଲୋଭାକିଆ ଯେଉଁ ମୁସଲମାନ ରୁହନ୍ତି ସେମାନେ ସାଧାରଣତଃ ତୁର୍କୀ ଏବଂ ଉଗର ଥିଲେ ଏବଂ ସେମାନେ ୧୭ଶ ଶତାବ୍ଦୀରୁ ସେଠାରେ ରହୁଛନ୍ତି। ୨୦୧୦ରେ ସ୍ଲୋଭାକିଆରେ ମୁସଲମାନଙ୍କ ସଂଖ୍ୟା ପାଖାପାଖି ୫,୦୦୦ରେ ପହଞ୍ଚିଯାଇଥିଲା।

ମସଜିଦକୁ ନେଇ ଲଗାତାର ଭାବେ ଚାଲିଛି ବିବାଦ :

ୟୁରୋପୀୟ ୟୁନିଅନର ସଦସ୍ୟ ହେଉଛି ସ୍ଲୋଭାକିଆ । କିନ୍ତୁ ଏହା ଏପରି ଏକ ଦେଶ, ଯାହା ଶେଷରେ ହିଁ ଏହାର ସଦସ୍ୟ ହୋଇଥିଲା। ଏହି ଦେଶରେ ମସଜିଦକୁ ନିର୍ମାଣକୁ ନେଇ ବିବାଦ ମଧ୍ୟ ଲାଗିଥିଲା। ୨୦୦ରେ ସ୍ଲୋଭାକିଆ ରାଜଧାନୀ ଇସଲାମିକ ସେଣ୍ଟର ନିର୍ମାଣକୁ ନେଇ ମଧ୍ୟ ବିବାଦ ହୋଇଥିଲା। ବ୍ରାତିସିଓବାର ମେୟର ସ୍ଲେବାକ ଇସଲାମିକ ବକ୍ଫ ଫାଉଣ୍ଡେସନର ସମସ୍ତ ପ୍ରସ୍ତାବକୁ ଖାରିଜ କରିଥିଲେ।

66

୨୦୧୫ରେ ୟୁରୋପ ସାମ୍ନାରେ ଶରଣାର୍ଥୀଙ୍କ ରହିବାକୁ ନେଇ ଏକ ବଡ ସମସ୍ୟା ସାମ୍ନାକୁ ଆସିଥିଲା। ସେହି ସମୟରେ ସ୍ଲୋଭାକିଆରେ ୨୦୦ରୁ ଅଧିକ ଖ୍ରୀଷ୍ଟିଆନ ଶରଣାର୍ଥୀ ଶରଣ ନେଇଥିଲେ କିନ୍ତୁ ମୁସଲମାନ ଶରଣାର୍ଥୀକୁ ଆସିବାକୁ ମନା କରିଥିଲେ। ଏହା ଉପରେ ସ୍ପଷ୍ଟୀକରଣ ଦେଇ ସ୍ଲୋଭାକିଆ ବିଦେଶ ମନ୍ତ୍ରଣାଳୟ କହିଥିଲା କି ମୁସଲମାନଙ୍କ ପାଇଁ ଏଠାରେ କୌଣସି ସ୍ଥାନ ନାହିଁ। ଏହି ନିଷ୍ପତ୍ତିକୁ ନେଇ ୟୁରୋପୀୟ ୟୁନିଅନରେ ମଧ୍ୟ ଆଲୋଚନା ହୋଇଥିଲା।

୩୦ ନଭେମ୍ବର ୨୦୧୬ରେ ସ୍ଲୋଭାକିଆରେ ଏପରି ଏକ ଆଇନ ପାସ୍‌ କରି ଇସଲାମକୁ ଅଧିକାରକ ଧର୍ମର ମାନ୍ୟତା ମିଳିବାକୁ ନେଇ ରୋକ୍‌ ଲଗାଯାଇଥିଲା। ଏହି ଦେଶ ଇସଲାମକୁ ଏକ ଧର୍ମ ରୂପେ ସ୍ୱୀକାର କଲାନାହିଁ। ୟୁରୋପୀୟ ୟୁନିଅନରେ ସ୍ଲୋଭାକିଆ ଏକମାତ୍ର ଦେଶ, ଯେଉଁଠି ମସଜିଦ ବିଲକୁଲ ନାହିଁ।

solvakis

ଧ୍ୱନି ପ୍ରଦୂଷଣ ରୋକିବା ପାଇଁ କଡା ଆଇନ :

ସ୍ଲୋଭାକିଆରେ ଧ୍ୱନି ପ୍ରଦୂଷଣ ରୋକିବା ପାଇଁ କଡା ଆଇନ ପ୍ରଣୟନ କରାଯାଇଛି। ଏହି ଦେଶରେ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାହା ସହିତ ଖରାପ ବ୍ୟବହାର କରିପାରିବେ ନାହିଁ। ଏହାସହିତ ପାଟିତୁଣ୍ଡ କରିବା ମଧ୍ୟ ମନା। ଯଦି ଏପରି କିଏ କରିଥାଏ, ତେବେ ତାକୁ ପୋଲିସ ଗିରଫ କରେ ଏବଂ ଜରିମନା ମଧ୍ୟ ଦେବାକୁ ପଡିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.