ଘର କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇ ନେଉଥିଲେ, ପଛପଟୁ ଆସି ୫୦ ହଜାର ଝାମ୍ପି ନେଲେ

ଲୋକାପଡ଼ା ଗାଁର ରଶ୍ମିତା ରାୟ ଆଳି ଷ୍ଟେଟ ବ୍ୟାଙ୍କ ଶାଖାରୁ ୫୦ ହଜାର ଟଙ୍କା ଉଠାଇ ଘରକୁ ଚାଲି ଚାଲି ଫେରୁଥିଲେ । ହେଲେ କୋଉଠି ଲୁଟେରା ଦ୍ୱୟ ଥିଲେ କେଜାଣି ହଠାତ୍‌ ପଛ ପଟୁ ବାଇକରେ ଆସି ମହିଳାଙ୍କ ଠାରୁ ଝାମ୍ପି ନେଇଗଲେ ବ୍ୟାଗ୍‌ ।

କେନ୍ଦ୍ରାପଡ଼ା : ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିଲେ । ହେଲେ ଅଧା ବାଟରେ ତାଙ୍କ ସହ ଯାହା ଘଟିଯାଇଛି ସେ କେବେ ଭାବି ନଥିଲେ । ଦିନ ଦ୍ୱିପହରରେ ଦୁଇ ଲୁଟେରା ତାଙ୍କ ଠାରୁ ଝାମ୍ପି ନେଲେ ଟଙ୍କା । ଶେଷରେ କିଛି ଉପାୟ ନପାଇ କାନ୍ଦି କାନ୍ଦି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଏହି ମହିଳା ଜଣକ ।

ଆଜି ଦିନ ପ୍ରାୟ ୨ଟା ବେଳେ । ଲୋକାପଡ଼ା ଗାଁର ରଶ୍ମିତା ରାୟ ଆଳି ଷ୍ଟେଟ ବ୍ୟାଙ୍କ ଶାଖାରୁ ୫୦ ହଜାର ଟଙ୍କା ଉଠାଇ ଘରକୁ ଚାଲି ଚାଲି ଫେରୁଥିଲେ । ହେଲେ କୋଉଠି ଲୁଟେରା ଦ୍ୱୟ ଥିଲେ କେଜାଣି ହଠାତ୍‌ ପଛ ପଟୁ ବାଇକରେ ଆସି ମହିଳାଙ୍କ ଠାରୁ ଝାମ୍ପି ନେଇଗଲେ ବ୍ୟାଗ୍‌ । ମହିଳା ଜଣକ ଚିତ୍କାର କରି ଡାକିଲା ବେଳକୁ ଟଙ୍କା ନେଇ ଛୁ ମାରିଥିଲେ ଲୁଟେରା ଦୁଇଜଣ । ତେବେ ୫୦ହଜାର ଟଙ୍କା ନେଇଯାଇଛନ୍ତି ଏହି ମହିଳାଙ୍କ ଠାରୁ । ଏନେଇ ମୁଣ୍ଡ ପିଟି କାନ୍ଦୁଛନ୍ତି ମହିଳା ଜଣକ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଛକ ନିକଟସ୍ଥ ବେହେରା ଗଳିରେ ଏଭଳି ଘଟଣା ଘଟିଯାଇଛି ।

ଲୁଟେରା ଦୁଇଜଣ ମହିଳାଙ୍କୁ ନଜର ରଖିଥିଲେ ସେ ଟଙ୍କା ଉଠାଇ ଯେମିତି ବାହାରକୁ ବାହାରିଛନ୍ତି ସେମିତି ପଛପଟୁ ଆସିତାଙ୍କ ଟଙ୍କା ବ୍ୟାଗ୍‌ଟିକୁ ଝାମ୍ପି ନେଇଥିଲେ । ତେବେ ରଶ୍ମିତାଙ୍କ ସେହି ବ୍ୟାଗରେ ୫୦ ହଜାର ଟଙ୍କା ସହ ମୋବାଇଲ, ବ୍ୟାଙ୍କ୍ ପାସ୍‌ବୁକ୍ ଓ ଅଧାର କାର୍ଡ ଥିଲା । ଯେତେବେଳେ ରଶ୍ମିତାଙ୍କ ଠାରୁ ଛଡ଼ାଇ ନେଇଥିଲେ ସେତେବେଳେ ରଶ୍ମିତା ପାଟି କରିବାରୁ ଆଖି ପିଛୁଳାକେ ଲୁଟେରା ଦ୍ୱୟ ବାଇକ ଯୋଗେ ଫେରାର ହୋଇଯାଇଥିଲେ। ଏନେଇ ଆଳି ଥାନାରେ ମହିଳା ଜଣକ ଲିଖିତ ଅଭିଯୋଗ କରିଛନ୍ତି । ରଶ୍ମିତାଙ୍କ ଅଭିଯୋଗ ଅନୁଯାୟୀ ପୁଲିସ ଏହି ଘଟଣାର ତଦନ୍ତ ଚଳାଇଛି ।

ତେବେ ମହିଳା ଜଣକ ଘର କରିବେ ବୋଲି ବ୍ୟାଙ୍କରୁ ନେଉଥିଲେ ଟଙ୍କା । ହେଲେ ତାଙ୍କର ଏହି ଘର କରିବା ସ୍ୱପ୍ନ ଅଧାରେ ରହିଗଲା । ଘର କରିବା ପାଇଁ ଟଙ୍କାର ଆବଶ୍ୟକ ଥିବା ବେଳେ ଟଙ୍କା ଲୁଟ୍‌ ହୋଇଯାଇଛି । ଏ ଦୁଃଖକୁ ସହିବା ରଶ୍ମିତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି । ସେଥିପାଇଁ ପୋଲିସକୁ ସାହାଯ୍ୟ ମାଗିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.