Below header

ରାତି ଅଧରେ ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ, ପ୍ରତିବାଦ କରିବାରୁ ଦମ୍ପତିଙ୍କୁ କଲେ ମରଣାନ୍ତକ ଆକ୍ରମଣ

ରାତି ଅଧରେ ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ । ପ୍ରତିବାଦ କରିବାରୁ ଘର ମାଲିକ ଓ ତାଙ୍କ ପତ୍ନୀଙ୍କୁ ମାରଣାସ୍ତ୍ରରେ କଲେ ଆକ୍ରମଣ  । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଦଶପଲ୍ଲା ଥାନା ସିମିଳି ସାହି ଗାଁରେ ।

ଦଶପଲ୍ଲା (କେନ୍ୟୁଜ): ରାତି ଅଧରେ ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ। ପ୍ରତିବାଦ କରିବାରୁ ଘର ମାଲିକ ଓ ତାଙ୍କ ପତ୍ନୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବାକୁ ପଛାଇଲେ ନାହିଁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଦଶପଲ୍ଲା ଥାନା ସିମିଳି ସାହି ଗାଁରେ ।

ସୂଚନା ଅନୁସାରେ ଦଶପଲ୍ଲା ଥାନା ସିମିଳି ସାହି ଗ୍ରାମର ପ୍ରମୋଦ ପ୍ରଧାନଙ୍କ ଘରେ ସମସ୍ତ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଘର ପଛପଟ କବାଟ ଭାଙ୍ଗି ଘର ଭିତକୁ ପଶିଥିଲେ ଦୁର୍ବୃତ୍ତ। ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଅନେକ ଗୁରୁତତ୍ୱପୂର୍ଣ୍ଣ ଆସବାପତ୍ର ଲୁଟିନେଇ ଯାଉଥିବା ବେଳେ ହଠାତ୍ ଚୋରଙ୍କ ଶବ୍ଦ ଶୁଣି ଘର ମାଲିକ ପ୍ରମୋଦ ପ୍ରଧାନ ଏବଂ ତାଙ୍କ ସ୍ତ୍ରୀ ଟିକିନା ପ୍ରଧାନ ନିଦରୁ ଉଠି ପଡିଥିଲେ । ରାତି ଅଧରେ ଆଖି ଆଗରେ କିଛି ଦୁର୍ବୃତ୍ତଙ୍କୁ ଦେଖି ସେମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ।
ଫଳରେ ଦୁର୍ବୃତ୍ତମାନେ ସେମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ଏବଂ ସମସ୍ତ ସୁନା ଗହଣା ଧରି ଚମ୍ପଟ ମାରିଥିଲେ । ଦମ୍ପତିଙ୍କ ଚିତ୍କାର ଶୁଣି ପଡୋଶୀ ଲୋକେ ଉଭୟ ସ୍ବାମୀ ସ୍ତ୍ରୀଙ୍କୁ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଚିକିତ୍ସା ପାଇଁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଖବର ପାଇ ଦଶପଲ୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.