ମାତ୍ର ୭ ବର୍ଷ ବୟସରେ କ୍ରିକେଟର ସବୁ ସଟ୍ ମାରିବାରେ ଧୁରନ୍ଧର, ଓସିଏ ପକ୍ଷରୁ ମିଳୁଛି ପ୍ରଶିକ୍ଷଣ

ବୟସ ମାତ୍ର ୭ ବର୍ଷ । ହେଲେ କ୍ରିକେଟର ସବୁ ସଟ ମାରିବାରେ ଧୁରନ୍ଧର । ସୋସିଆଲ ମିଡିଆର ଭିଡ଼ିଓ ଦେଖିବା ପରେ କୁନି ପିଲାଟିକୁ ସହଯୋଗର ହାତ ବଢ଼ାଇଛି ଓସିଏ । ଘର ପାଖ ପଡ଼ିଆରେ ପ୍ରାକ୍ଟିସ ପରେ ଏବେ ଵାରବାଟି ଷ୍ଟାଡିୟମରେ କରୁଛନ୍ତି ପ୍ରାକ୍ଟିସ । ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲାରର ୭ବର୍ଷର ବାଳକ ଆଦଭିକ ଜେନା ।

ବୟସ ମାତ୍ର ୭ ବର୍ଷ । ହେଲେ କ୍ରିକେଟର ସବୁ ସଟ ମାରିବାରେ ଧୁରନ୍ଧର । ସୋସିଆଲ ମିଡିଆର ଭିଡ଼ିଓ ଦେଖିବା ପରେ କୁନି ପିଲାଟିକୁ ସହଯୋଗର ହାତ ବଢ଼ାଇଛି ଓସିଏ । ଘର ପାଖ ପଡ଼ିଆରେ ପ୍ରାକ୍ଟିସ ପରେ ଏବେ ଵାରବାଟି ଷ୍ଟାଡିୟମରେ କରୁଛନ୍ତି ପ୍ରାକ୍ଟିସ । ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲାରର ୭ବର୍ଷର ବାଳକ ଆଦଭିକ ଜେନା । ଅଳ୍ପ ବୟସରୁ ଘାରିଛି କ୍ରିକେଟ ଖେଳିବାର ନିଶା । ମାରୁଛନ୍ତି କଭର ଡ୍ରାଇଭ, ଷ୍ଟ୍ରେଟ ଡ୍ରାଇଭ, ପୁଲ ସଟ, ହୁକ ସଟ ଭଳି ବିଭିନ୍ନ ପ୍ରକାରର ସଟ୍ ।

ଆଦଭିକଙ୍କ ପିତା ଅଭିମନ୍ୟୁ ଜେନା ପୁଅର କମ ବୟସରୁ କ୍ରିକେଟ ଖେଳିବାର ଦେଖି ଆଶ୍ଚର୍ଯ୍ୟ ହେବା ସହ ଯୋଗାଇ ଦେଇଥିଲେ କ୍ରିକେଟ ପ୍ରଶିକ୍ଷଣ । ଆଗାମୀ ଦିନରେ ପୁଅକୁ ଗୋଟେ ଭଲ କ୍ରିକେଟର କରିବାର ଲକ୍ଷ୍ୟ ରଖିଛନ୍ତି ବାପା ଅଭିମନ୍ୟୁ । ଆଦଭିକ କ୍ରିକେଟ ଖେଳୁଥିବାର ସୋସିଆଲ ମିଡିଆରେ ଦେଖିଥିଲେ ଓସିଏ ସମ୍ପାଦକ ସଞ୍ଜୟ ବେହେରା । ଏତେ କମ ବୟସରେ ଏତେ ଭଲ କ୍ରିକେଟ ଖେଳୁଥିବାରୁ ଓସିଏ ପକ୍ଷରୁ ଆଦଭିକଙ୍କୁ ସାହାଯ୍ୟ କରାଯିବା ପାଇଁ ଚେଷ୍ଟା କରାଯାଇଥିଲା ।

ଏଥିପାଇଁ ପ୍ରଥମେ ତାଙ୍କୁ ଯୋଗାଯୋଗ କରାଯାଇଥିଲା । ଏହା ପରେ ଆଦଭିକଙ୍କୁ ଓସିଏକୁ ଡାକି କ୍ରିକେଟ ଖେଳିବା ପାଇଁ ଏକ କ୍ରିକେଟ କିଟ୍ ମଧ୍ୟ ଦିଆଯାଇଥିଲା । ଏହାସହ ଆଦଭିକଙ୍କର ଭବିଷ୍ୟତରେ କ୍ରିକେଟ ଲାଗି ଆବଶ୍ୟକତା ପୂରଣ ଓ ଟ୍ରେନିଂ ପାଇଁ ସମସ୍ତ ସୁବିଧା କରାଯିବ ବୋଲି କହିଛନ୍ତି ଓସିଏ ସିଇଓ । ଆଦଭିକ ଏତେ କମ ବୟସରୁ ଏତେ ଭଲ କ୍ରିକେଟ ଖେଳିବା ନିହାତି ଭାବରେ ଭବିଷ୍ୟତରେ ତାଙ୍କୁ ଗୋଟେ ଭଲ ଖେଳାଳୀର ପରିଚୟ ଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.