ଆମେରିକାରେ ପୁଣି ଗୁଳିକାଣ୍ଡ: ୨ ମୃତ, ୨୨ ଆହତଙ୍କ ମଧ୍ୟରେ ୯ ଶିଶୁ

ଆମେରିକାର ମିସୌରୀ ରାଜ୍ୟ କାନସାସ୍ ସିଟିରେ ଏକ ରାଲି ସମୟରେ ଗୁଳିମାଡ଼ ହୋଇଛି । ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅତିକମରେ ୨୨ ଜଣ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରେ ୯ ଜଣ ଶିଶୁ ଅଛନ୍ତି ।

ଆମେରିକାରେ ଗୁଳିକାଣ୍ଡ ଘଟଣା ଥମୁନାହିଁ । ଲଗାତାର ଗୁଳିକାଣ୍ଡରେ ଲୋକଙ୍କ ଜୀବନ ଯାଉଛି । ଆମେରିକାର ମିସୌରୀ ରାଜ୍ୟ କାନସାସ୍ ସିଟିରେ ଏକ ରାଲି ସମୟରେ ଗୁଳିମାଡ଼ ହୋଇଛି । ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅତିକମରେ ୨୨ ଜଣ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରେ ୯ ଜଣ ଶିଶୁ ଅଛନ୍ତି, ଯେଉଁମାନଙ୍କର ବୟସ ୬ ରୁ ୧୫ବର୍ଷ ମଧ୍ୟରେ ହେବ । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

ଖବର ମୁତାବକ, ସାନସାସ ସିଟିରେ ସୁପର ବୋଲର ଫାଇନାଲ ରବିବାର ଅନୁଷ୍ଠିତ ହୋଇଥିଲା । ଏଥିରେ ‘କାନସାସ ସିଟି ମୁଖ୍ୟ’ଙ୍କ ଟିମ୍ ବିଜୟୀ ହୋଇଥିଲା । ଏହି ବିଜୟ ଉତ୍ସବ ମନାଇବା ପାଇଁ ସହରରେ ଏକ ରାଲି ହୋଇଥିଲା । ଏଥିରେ ଶହ ଶହ ଲୋକ ଭାଗ ନେଇଥିଲେ । ରାଲି ଶେଷ ହେବାକୁ ଥିବା ସମୟରେ ହଠାତ୍ ଏକାଧିକ ଦୁର୍ବୃତ୍ତ ଆସି ଆଖିବୁଜା ଗୁଳି ଚାଳନା କରିଥିଲେ । ଗୁଳି ଶବ୍ଦ ଶୁଣି ଏଣେତେଣେ ଦୌଡି ପଳାଇବାର ଦୃଶ୍ୟ ଦେଖିବାକୁ ମିଳୁଛି ।

ଖବର ପାଇ ସୁରକ୍ଷାକର୍ମୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଥିବା କହିଛି । ତେବେ ରାଲି ସରିବାକୁ ଯାଉଥିବା ବେଳେ ଏହି ଗୁଳିକାଣ୍ଡ ଘଟିଥିଲା । ଗୁଳିକାଣ୍ଡ ଶବ୍ଦ ରାଲି ଯାଉଥିବା ରାସ୍ତା ପାଖରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ଶୁଣାଯାଇଥିଲା । ଗୁଳି ଶବ୍ଦ ଶୁଣି ଲୋକମାନେ ଏଣେତେଣେ ଦୌଡିଥିଲେ । ତେବେ ୨୨ ଜଣ ଗୁଳିର ଶିକାର ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୨୨ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.