ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହ ଉଦ୍ଧାର

ଆଠଗଡ(କେ ନ୍ୟୁଜ): ଶେଷରେ ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହ ଉଦ୍ଧାର ହେଲା । କଖଡ଼ି ମହାଲପଡା ଗୁମେଇ ସାହି ନଦୀ ପଠାରୁ ମୃତ ଦେହ ଉଦ୍ଧାର । ଶୁକ୍ରବାର ମୁଣ୍ଡଳୀ ବୋଟ ଟ୍ରାଜେଡି ପରଠାରୁ ନିଖୋଜ ଥିଲେ ଯବାନ । ସେହି ଦଳରେ ଓଡ୍ରାଫ ଟିମକୁ ମିଶାଇ ୭ ଜଣ ସଦସ୍ୟ ଥିଲେ । ସେ ମଧ୍ୟରୁ ୨ ଜଣ ଗଣମାଧ୍ୟମ ପ୍ରତିନିଥି ଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ଯେବେକି ଅନ୍ୟମାନେ ଏସିବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ଅବସ୍ଥାରେ କିଛିଟା ସୁଧାର ଆସିଥିବା ନେଇ ଏସିବି ମେଡିକାଲ ଅଧିକାରୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.