ତ୍ୱଚା ଓ କେଶର ଅନେକ ସମସ୍ୟାକୁ ଦୂର କରିଦେବ ମାଣ୍ଡିଆ, ଏହି ଉପାୟରେ କରନ୍ତୁ ବ୍ୟବହାର

ମାଣ୍ଡିଆ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏଥିରେ କ୍ୟାଲସିୟମ, ଫାଇବର, ଖଣିଜ ଓ ପ୍ରୋଟିନ୍‌ ରହିଛି, ଯାହା ମଧୁମେହ, ବ୍ଲଡ ପ୍ରେସର, ଅଷ୍ଟିଓପୋରୋସିସ୍‌ ଓ ମୋଟାପଣ ଭଳି ସମସ୍ୟା ସହ ଲଢ଼ିବାରେ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ। ଓଜନ କମ୍‌ କରିବାରେ ବି ଏହା ବହୁତ ଭଲ ହୋଇଥାଏ। ମାଣ୍ଡିଆ ସ୍ୱାସ୍ଥ୍ୟ ସାଙ୍ଗକୁ କେଶ ଓ ତ୍ୱଚା ପାଇଁ ମଧ୍ୟ ବଢ଼ିଆ ରହିଥାଏ। ଜାଣନ୍ତୁ ଜାଣିବା ଏହା ବିଷୟରେ।

ହେୟାର ମାସ୍କ ପାଇଁ ସାମଗ୍ରୀ

-ମାଣ୍ଡିଆ ଗୁଣ୍ଡ ୧ ଚାମଚ

-ମନ୍ଦାର ଫୁଲ ପାଣି ଆବଶ୍ୟକ ଅନୁସାରେ

-ଅଁଳା ପେଷ୍ଟ ୧ ଚାମଚ

ବିଧି: ପ୍ରଥମେ ଏକ ପାତ୍ରରେ ମାଣ୍ଡିଆ ଗୁଣ୍ଡ ନିଅନ୍ତୁ। ଏଥିରେ ଅଁଳା ପେଷ୍ଟ ପକାଇ ଭଲ ଭାବେ ମିକ୍ସ କରି ନିଅନ୍ତୁ। ଏହାପରେ ଆବଶ୍ୟକ ଅନୁସାରେ ମନ୍ଦାର ଫୁଲ ପାଣି ପକାନ୍ତୁ। ପ୍ରସ୍ତୁତ ପେଷ୍ଟକୁ ନିଜ କେଶ ମୂଳରେ ଲଗାନ୍ତୁ ଏବଂ ମସାଜ କରନ୍ତୁ। ପାଖାପାଖି ୧୦ରୁ ୧୫ ମିନିଟ୍‌ ପରେ ନିଜ କେଶ ଧୋଇ ନିଅନ୍ତୁ।

-ମାଣ୍ଡିଆ ଫେସ୍‌ ସ୍କ୍ରବ୍‌ ପାଇଁ ସାମଗ୍ରୀ

-ମାଣ୍ଡିଆ ମଞ୍ଜି ୨ ଚାମଚ

-ଦହି ୨ ଚାମଚ

ବିଧି: ପ୍ରଥମେ ଦହିରେ ମାଣ୍ଡିଆ ପକାଇ ଅଳ୍ପ ସମୟ ପାଇଁ ଭିଜେଇକି ରଖନ୍ତୁ। ଯେତେବେଳେ ମାଣ୍ଡିଆ ହାଲୁକା ନରମ ହୋଇଯିବ, ତ ଏହି ମିଶ୍ରଣକୁ ନିଜ ଚେହେରାରେ ଲଗାଇ ହାଲୁକା ହାତରେ ସ୍କ୍ରବ୍‌ କରନ୍ତୁ। ଏହାର ପାଖାପାଖି ୧୫ରୁ ୨୦ ମିନିଟ୍‌ ପରେ ନିଜ ଚେହେରା ସଫା କରି ନିଅନ୍ତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.