Below header

ମିଳିଲା ୨ଟି ନିଖୋଜ ବୋଟ୍ ର ସନ୍ଧାନ, ସମସ୍ତ ୧୩ ମତ୍ସ୍ୟଜୀବୀ ସୁରକ୍ଷିତ

ପାରାଦୀପ(କେନ୍ୟୁଜ୍‌) : ମିଳିଲା ୨ଟି ନିଖୋଜ ବୋଟ୍ର ସନ୍ଧାନ। ୪ ଦିନ ହେବ ପାରାଦୀପ ନିକଟ ସମୁଦ୍ରରେ ନିଖୋଜ ଥିଲା ଦେବୀ ଲକ୍ଷ୍ମୀ ଓ କିନ୍ନରା ବୋଟ୍‌ । ସମସ୍ତ ୧୩ ମତ୍ସ୍ୟଜୀବୀ ମଧ୍ୟ ସୁରକ୍ଷିତ ଅଛନ୍ତି। ଏନେଇ ସୂଚନା ଦେଇଛନ୍ତି ଓମଫାର ସଭାପତି।

୪ ଦିନ ତଳେ ପାରାଦୀପ ମାଛଧରା ବନ୍ଦରରୁ ଦେବୀ ଲକ୍ଷ୍ମୀ ଓ କିନ୍ନରା ବୋଟ୍‌ ଏକ ସର୍ଭେ କାମରେ ୮୮ ନଟି ମାଇଲ୍‌ ସମୁଦ୍ରକୁ ଯାଇଥିଲେ ୧୩ ମତ୍ସ୍ୟଜୀବୀ । ତାପରଠୁ ସେମାନଙ୍କ ସହ କୌଣସି ଯୋଗାଯୋଗ ହୋଇ ପାରିନଥିଲା। ବୋଟ୍‌ ଓ ମତ୍ସ୍ୟଜୀବୀଙ୍କୁ ଖୋଜିବାକୁ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.