ଫେବ୍ରୁଆରି ୧ ରୁ ରାଜ୍ୟରେ ଖୋଲିବ ଅଙ୍ଗନବାଡି, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ମିଶନ ଶକ୍ତି ପକ୍ଷରୁ ଜାରି ହେଲା SOP

କେନ୍ୟୁଜ୍(ବ୍ୟୁରୋ):  ଫେବ୍ରୁଆରି ୧ ତାରିଖରୁ ରାଜ୍ୟରେ ଖୋଲିବ ଅଙ୍ଗନବାଡି । ଏନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ମିଶନ ଶକ୍ତି ପକ୍ଷରୁ ଜାରି ହୋଇଛି ଏସ୍‌ଓପି । ଅଙ୍ଗନବାଡି କେନ୍ଦ୍ରରେ କରୋନା କଟକଣା ପାଳନ କରିବା ବାଧ୍ୟତାମୂଳକ କରାଯାଇଛି । କଣ୍ଟେନମେଣ୍ଟ ଜୋନ୍‌ ଭିତରେ ଅଙ୍ଗନବାଡି ଖୋଲିବା ମନା । ମାସରେ ୨୫ ଦିନ ସକାଳ ୯ଟାରୁ ୧୧ଟା ଯାଏଁ ୨ ଘଣ୍ଟା ଲେଖାଏଁ ଖୋଲିବ ଅଙ୍ଗନବାଡି କେନ୍ଦ୍ର ।

କଣ୍ଟେନ୍‌ମେଣ୍ଟ ଜୋନ୍‌ ଭିତରେ ଥିବା ଅଙ୍ଗନବାଡି କେନ୍ଦ୍ରର ପିଲାଙ୍କ ଘରେ ଯୋଗାଇ ଦିଆଯିବ ଖାଦ୍ୟ । ସେହିଭଳି ଗର୍ଭବତୀ ମହିଳାଙ୍କ ଘରେ ମଧ୍ୟ ଖାଦ୍ୟ ଯୋଗାଇ ଦିଆଯିବ । ଛୋଟ ପିଲାଙ୍କ ଅଭିଭାବକଙ୍କୁ ଅଙ୍ଗନବାଡି କେନ୍ଦ୍ରକୁ ଆସିବାକୁ ବାରଣ କରାଯାଇଛି ।ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ନିର୍ଦ୍ଦେଶକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.