Below header

ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଉଦ୍‌ଘାଟିତ ହୋଇଛି ମିଶନ ଶକ୍ତି ମେଳା

ଭୁବନେଶ୍ୱର (କେନ୍ୟୁଜ୍) : ପ୍ରଦର୍ଶନୀ ପଡ଼ିଆରେ ଉଦ୍‌ଘାଟିତ ହୋଇଛି ମିଶନ ଶକ୍ତି ମେଳା । ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମେଳା। ଏଥିରେ ୨ଶହରୁ ଅଧିକ ଷ୍ଟଲରେ ବିଭିନ୍ନ ପ୍ରକାର ଗ୍ରାମୀଣ ସାମଗ୍ରୀ ଉପଲବ୍ଧ ରହିଛି। ହସ୍ତତନ୍ତ, ହସ୍ତଶିଳ୍ପ, ଜଙ୍ଗଲଜାତ ଦ୍ରବ୍ୟ, ଖାଦ୍ୟ ସାମଗ୍ରୀ, ମସଲା ଏବଂ ଅଣକୃଷିଜାତୀୟ ଦ୍ରବ୍ୟ ପ୍ରଦର୍ଶନ ସହ ବିକ୍ରି କରାଯାଉଛି । ୩୦ଟି ଜିଲ୍ଲାର ୨୫୧ଟି ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀରୁ ପାଞ୍ଚଶହରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କ ଦ୍ରବ୍ୟ ସହ ଅଂଶଗ୍ରହଣ କରିଛନ୍ତି । ମହିଲା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀମାନଙ୍କୁ ଏହି ଅବସରରେ NIFT, ORMAS, RSETI ଆଦି ଖ୍ୟାତାନାମା ଅନୁଷ୍ଠାନର ବିଶେଷଜ୍ଞମାନଙ୍କ ସହିତ ଶିକ୍ଷା ତଥା ଜ୍ଞାନାର ଆଦାନ ପ୍ରଦାନର ବ୍ୟବସ୍ଥା କରାଯାଇଛି। ମିଶନ ଶକ୍ତି ମେଳା ପରିଦର୍ଶନ ପାଇଁ ଆସୁଥିବା ଲୋକଙ୍କ ପାଇଁ ଏକ ସେଲ୍‌ଫି କର୍ନର ମଧ୍ୟ ରହିଛି।

ଆଜି ମେଳାକୁ ଉଦଘାଟନ କରିଥିଲେ ମହିଳା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ। ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ ମିଶନ ଶକ୍ତି ଉପଦେଷ୍ଟା ଲୋପାମୁନ୍ଦ୍ରା ବକ୍ସିପାତ୍ର, ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା ଆର୍‌. କାର୍ତ୍ତିକେୟନ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ।..ଏହି ଅବସରରେ ମିଶନ ଶକ୍ତି ମୋବାଇଲ ଆପ୍ଲିକେସନର ଉନ୍ମୋଚନ କରିଥିଲେ ମନ୍ତ୍ରୀ ଟୁକୁନି ସାହୁ। ସ୍ୱୟଂ ସହାୟକ ଗୋଷ୍ଠିର ମହିଳାଙ୍କ ପାଦାର୍ଥର ବିକ୍ରି କରିବା ମେଳାର ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ କହିଥିଲେ। ଷ୍ଟଲ ଗୁଡିକ ମଧ୍ୟ ବୁଲି ଦେଖିଥିଲେ। ଏହି ଅବସରରେ ସ୍ୱୟଂ ସହାୟକା ମହିଳାମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.