Below header

କୁକୁର ଛୁଆକୁ ମା’ ଭଳି ସ୍ନେହ ଦେଲା ମାଙ୍କଡ଼, ଦେଖିଲେ ଆପଣ ବି ରୋକିପାରିବେନି ଲୁହ

ମଣିଷଙ୍କ ଭଳି ଜୀବଜନ୍ତୁଙ୍କ ମଧ୍ୟ ହୃଦୟ ରହଛି। ସେମାନେ ମଧ୍ୟ ଖୁସି ହୁଅନ୍ତି, କଷ୍ଟ ପାଇଲେ ଆଖିରୁ ଲୁହ ଝରାନ୍ତି। ଆଉ କିଏ ଦୁଃଖରେ ଥିଲେ ସେମାନେ ମଧ୍ୟ ତାକୁ ଖୁସି କରିବାକୁ ବିଭିନ୍ନ କାମ କରିଥାନ୍ତି। ନିକଟରେ ସେହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ହରିଦ୍ୱାରର ଗାୟତ୍ରୀ ବିହାର କଲୋନୀରେ। ଏଠାରେ ଏକ ମାଙ୍କଡ଼ ଏକ ତିନି ଦିନର କୁକୁର ଛୁଆଙ୍କୁ ମା’ଭଳି ସ୍ନେହ କରୁଥିବା ଦେଖିବାକୁ ମିଳିଛି। ଏହି ଘଟଣାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ରିପୋର୍ଟ ମୁତାବକ କଲୋନୀରେ ଏକ ମାଙ୍କଡ଼ ଏକ କୁକୁର ଛୁଆକୁ କୋଳରେ ଧରିଥିବା ଦେଖିବାକୁ ମିଳିଥିଲା। ଏହି ଦୃଶ୍ୟ ଦେଖି କଲୋନୀ ବାସିନ୍ଦା କୁକୁରର କିଛି କ୍ଷତି ଘଟିବା ଆଶଙ୍କା କରି ମାଙ୍କଡ଼ଠାରୁ ଛଡ଼ାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ମାଙ୍କଡ଼ ଥିଲା ନଛୋଡ଼ ବନ୍ଧା। ସେ କୁକୁରକୁ ଛାଡ଼ିବା ପରିବର୍ତ୍ତେ ଅଧିକ ଜାବୁଡ଼ି ଧରିଥିଲା। ଶେଷରେ ଉପାୟ ନପାଇ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ। କଲୋନୀ ବାସିନ୍ଦା ଅନୁ ବିଷ୍ଟ କୁକୁରକୁ ପାଳିବାକୁ ନେଇଥିବା ଜଣାଯାଇଛି।

ଏହାସହ ପଢ଼ନ୍ତୁ: ବାହାରେ ଥିଲେ ମାଲିକ, ଏମିତି ମାଇକ୍ରୋୱେଭ୍‌ ଅନ୍‌ କରି ଘରେ ନିଆଁ ଲଗାଇଲା ପୋଷା କୁକୁର

ଘଟଣା ସମ୍ପର୍କରେ ବନ ବିଭାଗର ଡିଏଫ୍‌ଓ ଆକାଶ ବର୍ମା କହିଛନ୍ତି ଯେ ଏହା ଏକ ଭାବନାତ୍ମକ କାହାଣୀ। ମାଙ୍କଡ଼କୁ ଏହି କୁକୁରର ଛୁଆଟି ନିଜ ଛୁଆ ଭଳି ଲାଗୁଥିଲା। ଏଣୁ ସେ ତାକୁ ସ୍ନେହ କରୁଥିଲା ଓ ଛାଡ଼ିବାକୁ ଚାହୁଁନଥିଲା। କୁକୁରର କେହି କ୍ଷତି କରୁ ବୋଲି ମାଙ୍କଡ଼ଟି ଚାହୁଁନଥିବାରୁ ତାକୁ ନିଜଠୁ ଅଲଗା କରୁନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.