‘ମିଶନ ଶକ୍ତି’ ବର୍ଷ ସାରା ମା’ ମାନଙ୍କୁ ଶକ୍ତି ଦେଇଛି: ଶ୍ରୀମୟୀ ମିଶ୍ର

ମିଶନ ଶକ୍ତିର ଉପଦେଷ୍ଟା ଗୀତା ବସ୍ତିଆ ବକ୍ତବ୍ୟ ରଖିଥିଲେ। ‘ମହିଳାମାନଙ୍କ ସଶକ୍ତିକରଣ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ’। ମହିଳାଙ୍କୁ ରୋଷେଇ ଘରୁ ଆଣି ବିଶ୍ୱଦର୍ଶନ କରାଇବାକୁ ନିଆଯାଇଛି। ମିଶନ ଶକ୍ତି ମାଧ୍ୟମରେ ମା’ମାନେ ସ୍ୱତନ୍ତ୍ର ପରିଚୟ ପାଇଛନ୍ତି

କେନ୍ୟୁଜ୍(ବ୍ୟୁରୋ): କଳିଙ୍ଗ ଟିଭି କନ୍‌କ୍ଲେଭ୍‌ ‘ପଞ୍ଚମ ପାଳି ବିକାଶର ପାଳି । କନ୍‌କ୍ଲେଭ୍‌ରେ ଶ୍ରୀମୟୀ ମିଶ୍ର ବକ୍ତବ୍ୟ ରଖିଥିଲେ । ‘ମିଶନ ଶକ୍ତି’ ବର୍ଷ ସାରା ମା’ ମାନଙ୍କୁ ଶକ୍ତି ଦେଇଛି । ‘ରାଜ୍ୟର ମିଶନ ଶକ୍ତି ମା’ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭୁତପୂର୍ବ ଉପହାର ବୋଲି କହିଥିଲେ ଓବି ଆଣ୍ଡ ଓସିଡବ୍ଲୁଡବ୍ଲୁ ବୋର୍ଡର ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର ।

ସେହିପରି ମିଶନ ଶକ୍ତିର ଉପଦେଷ୍ଟା ଗୀତା ବସ୍ତିଆ ବକ୍ତବ୍ୟ ରଖିଥିଲେ। ‘ମହିଳାମାନଙ୍କ ସଶକ୍ତିକରଣ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ’। ମହିଳାଙ୍କୁ ରୋଷେଇ ଘରୁ ଆଣି ବିଶ୍ୱଦର୍ଶନ କରାଇବାକୁ ନିଆଯାଇଛି। ମିଶନ ଶକ୍ତି ମାଧ୍ୟମରେ ମା’ମାନେ ସ୍ୱତନ୍ତ୍ର ପରିଚୟ ପାଇଛନ୍ତି। ବ୍ୟାଙ୍କରେ ୮୦% ମା’ମାନଙ୍କ ଜମାଖାତା ରହିଛି ବୋଲି କହିଥିଲେ।

ସେହିଭଳି DLFର ସଭାପତି ମୀନାକ୍ଷୀ ପୃଷ୍ଟି ବକ୍ତବ୍ୟ ରଖିଥିଲେ। ମୁଠି ଚାଉଳ ଆଦାୟ କରି ଆମେ ଗୋଷ୍ଠୀ ଗଢ଼ିଥିଲୁ ବୋଲି DLFର ସଭାପତି ମୀନାକ୍ଷୀ ପୃଷ୍ଟି କହିଛନ୍ତି। ଦିନ ଥିଲା ବ୍ୟାଙ୍କ ଯିବାକୁ ଆମକୁ ଡର ଲାଗୁଥିଲା। BLFର କୋଷାଧ୍ୟକ୍ଷା କବିତା ସାହୁଙ୍କ ବକ୍ତବ୍ୟ ରଖିଥିଲେ। ମୁଁ ଯେବେ ଭାଙ୍ଗିପଡ଼ିଥିଲି, ମିଶନ ଶକ୍ତି ମୋତେ ସାହାରା ଦେଇଥିଲା। ମିଶନ ଶକ୍ତି ଆମ ପାଇଁ ବଜାର ଖୋଲି ଦେଇଛି । ମହିଳାମାନେ ଆଜି ସ୍ୱାବଲମ୍ବୀ ହୋଇପାରିଛନ୍ତି ବୋଲି BLFର କୋଷାଧ୍ୟକ୍ଷା କବିତା ସାହୁ କହିଥିଲେ।.