ଭୁଲ ରାସ୍ତା ଦେଖାଇବନି ଗୁଗଲ ମ୍ୟାପ, ଆସୁଛି ଏହି ସାନଦାର ଫିଚର
ଗୁଗଲ ମ୍ୟାପରେ ଏକ ନୂଆ ଷ୍ଟ୍ରିଟ ଭ୍ୟୁ ଫିଚର ଯୋଡ଼ା ଯାଉଛି । ପୂର୍ବରୁ ଏହି ଫିଚର ଦିଲ୍ଳୀ ସମେତ କେତେକ ସ୍ଥାନରେ ହିଁ ସୀମିତ ଥିଲା । ବର୍ତ୍ତମାନ ଗୁଗଲ ଷ୍ଟ୍ରିଟ ଭ୍ୟୁ ଫିଚର ସମଗ୍ର ଦେଶରେ ଲାଇଭ କରାଯାଉଛି ।
(କେନ୍ୟୁଜ ବ୍ୟୁରୋ): ଅନେକ ସମୟରେ ଗୁଗଲ ମ୍ୟାପ ଭୁଲ ରାସ୍ତା ଦେଖାଇଥାଏ । ଏହା ଦ୍ୱାରା ଅନେକ ଲୋକ ସମସ୍ୟାରେ ପଡ଼ିଥାନ୍ତି । କିନ୍ତୁ ଖୁବଶୀଘ୍ର ଏହି ସମସ୍ୟାରୁ ମୁକ୍ତି ମିଳିବ । କାରଣ ଗୁଗଲ ମ୍ୟାପରେ ଏକ ନୂଆ ଷ୍ଟ୍ରିଟ ଭ୍ୟୁ ଫିଚର ଯୋଡ଼ା ଯାଉଛି । ପୂର୍ବରୁ ଏହି ଫିଚର ଦିଲ୍ଳୀ ସମେତ କେତେକ ସ୍ଥାନରେ ହିଁ ସୀମିତ ଥିଲା । ବର୍ତ୍ତମାନ ଗୁଗଲ ଷ୍ଟ୍ରିଟ ଭ୍ୟୁ ଫିଚର ସମଗ୍ର ଦେଶରେ ଲାଇଭ କରାଯାଉଛି । ଯଦି ଆପଣ ଗୁଗଲ ଷ୍ଟ୍ରିଟ ଭ୍ୟୁ ବିଷୟରେ ଜାଣି ନାହାନ୍ତି, ତେବେ ଜାଣି ରଖନ୍ତୁ ଗୁଗଲ ଷ୍ଟ୍ରିଟ ଭ୍ୟୁ ରେ ଆପଣଙ୍କୁ ୩୬୦ ଡିଗ୍ରୀ ଭ୍ୟୁ ଦେଖିବା ପାଇଁ ମିଳିବ । ଅର୍ଥାତ ଗୁଗଲ ମ୍ୟାପରେ ସ୍କୁଲ, କଲେଜ ଏବଂ ସମସ୍ତ ଛୋଟ ରାସ୍ତାର ସମ୍ପୂର୍ଣ୍ଣ ଭିଡିଓ ମିଳି ପାରିବ । ଯାହା ଦ୍ୱାରା ଆପଣ ଲୋକେସନ ଭୁଲିବେ ନାହିଁ ।
ଷ୍ଟ୍ରିଟ ଭ୍ୟୁ ରେ ସୁରକ୍ଷା ଦୃଷ୍ଟିରୁ ଷ୍ଟ୍ରାଟେଜିକ ଲୋକେସନ ସମ୍ବନ୍ଧରେ ସୂଚନା ଦିଆଯିବ ନାହିଁ । ତେବେ ଷ୍ଟ୍ରିଟ ଭ୍ୟୁରେ ସର୍ବସାଧାରଣ ରାସ୍ତାକୁ ସାମିଲ କରାଯାଇଛି । ଏପରି ପରିସ୍ଥିତିରେ ଆପଣ ଘରେ ବସି ଯେକୌଣସି ସ୍ଥାନର ଭର୍ଚ୍ଚୁଆଲ ଟୁର କରିପାରିବେ । ଏଥିରେ ସ୍କୁଲ ଏବଂ କଲେଜ ଭିତରର ସମସ୍ତ ଦୃଶ୍ୟ ରହିବ । ଏହା ଆପଣଙ୍କୁ କୌଣସି ଲୋକେସନର ସ୍ମୃତିକୁ ତାଜା ରଖିବା ପାଇଁ ସାହାଯ୍ୟ କରିବ ।
ଗୁଗଲ ଷ୍ଟ୍ରିଟ ଭ୍ୟୁ ର ବ୍ୟବହାର ଆଣ୍ଡ୍ରଏଡ ଏବଂ ଆଇଓଏସ ରେ ଦିଆ ଯାଇଥିଲା । ଗୁଗଲ ଭ୍ୟୁରେ ଆପଣ ୩୬୦ ଡିଗ୍ରୀର ଭ୍ୟୁ ଅଞ୍ଚଳ ପାଇ ପାରିବେ । ଅନ୍ୟପଟେ ଗୁଗଲ ମ୍ୟାପ ଭ୍ୟୁ ଫିଚର ନିର୍ଦ୍ଦିଷ୍ଟ ସମୟର ସୂଚନା ଦେବ ନାହିଁ । ଗୁଗଲ ତରଫରୁ ଇମର୍ସିଭ ଭ୍ୟୁ ଫିଚର ଦିଆଯାଇଛି ।
କିପରି କରିବେ ଗୁଗଲ ଷ୍ଟ୍ରିଟ ଭ୍ୟୁ ଫିଚର ର ବ୍ୟବହାର :
. ଆଣ୍ଡ୍ରଏଡ ଏବଂ ଆଇଓଏସ ସପୋର୍ଟ ସହିତ ଗୁଗଲ ମ୍ୟାପ ଆସିବ
. ସର୍ବପ୍ରଥମେ ଗୁଗଲ ମ୍ୟାପ ଓପନ୍ କରିବା ପରେ ସର୍ଚ୍ଚ ଲୋକେସନ ଅନ୍ କରନ୍ତୁ
. ଏହା ପରେ ଉପରିସ୍ଥ ରାଇଟ କର୍ନରରେ ଦିଆଯାଇଥିବା ସର୍ଚ୍ଚବାର ଅପ୍ସନ ଉପରେ କ୍ଲିକ କରନ୍ତୁ
. ଏହା ପରେ ଷ୍ଟ୍ରିଟ ଭ୍ୟୁ ଅପ୍ସନ ଉପରେ ଟ୍ୟାପ କରନ୍ତୁ
. ମ୍ୟାପ ଉପରେ ବ୍ଲୁ ଲାଇନ ନୋଟିସ ଦେଖାଯିବ, ଯାହା ଦ୍ୱାରା ଜଣା ପଡ଼ିବ ଷ୍ଟ୍ରିଟ ଭ୍ୟୁ ଅଞ୍ଚଳରେ କଣ ରହିଛି
. ଶେଷରେ ଯେଉଁ ଅଞ୍ଚଳକୁ ଯିବାକୁ ଚାହୁଁଥିବେ, ସେହି ସ୍ଥାନ ଉପରେ କ୍ଲିକ କରିବାକୁ ହେବ