ଦୁଇଟି ବ୍ଲାଙ୍କ ଚେକରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ କରଞ୍ଜିଆ ତହସିଲଦାରଙ୍କୁ ଧରିଲା ଭିଜିଲାନ୍ସ

ଜମି ଅଧିଗ୍ରହଣ ଅର୍ଥ ରିଲିଜ ପାଇଁ ଲାଞ୍ଚ ନେଉଥିଲେ ଚାଲର୍ସ ନାୟକ । ୫୧ ଲକ୍ଷ ଅର୍ଥ ରାଶି ଦେବାକୁ ବ୍ଲାଙ୍କ ଚେକରେ ନେଉଥିଲେ ୧୨ ଲକ୍ଷ ଲାଞ୍ଚ । ଚେକରେ ଲାଞ୍ଚ ନେବା ପ୍ରଥମ ଘଟଣା ।

କେନ୍ୟୁଜ୍(ବ୍ୟୁରୋ): ଭିଜିଲାନ୍ସ ଇତିହାସରେ ସର୍ବାଧିକ ଲାଞ୍ଚ । ଦୁଇଟି ବ୍ଲାଙ୍କ ଚେକରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ କରଞ୍ଜିଆ ତହସିଲଦାରଙ୍କୁ ଧରିଲା ଭିଜିଲାନ୍ସ । ଜମି ଅଧିଗ୍ରହଣ ଅର୍ଥ ରିଲିଜ ପାଇଁ ଲାଞ୍ଚ ନେଉଥିଲେ ଚାଲର୍ସ ନାୟକ । ୫୧ ଲକ୍ଷ ଅର୍ଥ ରାଶି ଦେବାକୁ ବ୍ଲାଙ୍କ ଚେକରେ ନେଉଥିଲେ ୧୨ ଲକ୍ଷ ଲାଞ୍ଚ । ଚେକରେ ଲାଞ୍ଚ ନେବା ପ୍ରଥମ ଘଟଣା । ଚାଲର୍ସ ନାୟକଙ୍କ ଘରେ ଏବେ ଭିଜିଲାନ୍ସ ଚଢ଼ାଉ ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ କରୁଛି।

ମୟୂରଭଞ୍ଜ କରଞ୍ଜିଆ ବାସଭବନରେ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ ରେଡ୍‌ କରୁଛନ୍ତି । କରଞ୍ଜିଆ ବାସଭବନ ସମେତ କରଞ୍ଜିଆ ତହସିଲ କାର୍ଯ୍ୟାଳୟ ଓ ଚଢେଇ ଭୋଳରେ ରେଡ୍‌ ଚାଲିଛି । ସେହିପରି ଭଦ୍ରକ ଜିଲ୍ଲା ହସ୍ପିଟାଲ ସ୍ଥିତ ଘରେ ଚାଲିଛି ଚଢ଼ାଉ। ଏକକାଳୀନ ୪ଟି ସ୍ଥାନରେ ରେଡ୍‌ କରାଯାଉଛି। ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଭିଜିଲାନ୍ସର ୪ ଜଣିଆ ଟିମ ରେଡରେ ସାମିଲ ଅଛନ୍ତି । ତହସିଲଦାରଙ୍କ ସ୍ଥାବର ଅସ୍ତାବର ସମ୍ପତ୍ତି ସହିତ ବ୍ୟାଙ୍କ ଆକାଉଣ୍ଟ, ଜମିବାଡ଼ି କାଗଜପତ୍ରର ଯାଞ୍ଚ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.