ଘରୋଇ କଳିରୁ ସ୍ତ୍ରୀକୁ କୋଦାଳ ବେଣ୍ଟରେ ପିଟିପିଟି ମାରିଦେଲା ସ୍ୱାମୀ,ମାଟିତଳୁ ମୃତଦେହ ଉଦ୍ଧାର କଲା ପୋଲିସ

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବାବୁନୁଆ ଗାଁରେ ଅଭାବନୀୟ ଘଟଣା । ଘରୋଇ କଳିକୁ ନେଇ ସ୍ତ୍ରୀ ସରସ୍ୱତୀକୁ ସ୍ୱାମୀ ତ୍ରିଲୋଚନ କିସାନ କୋଦାଳ ବେଣ୍ଟରେ ପିଟି ପିଟି ହତ୍ୟା କରିଛି ।

ସୁନ୍ଦରଗଡ଼(କେନ୍ୟୁଜ୍):ଘରୋଇ କଳିରୁ ସ୍ତ୍ରୀକୁ ହତ୍ୟା କରି ଘର ସାମ୍ନାରେ ପୋତି ଦେଲା ସ୍ୱାମୀ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବାବୁନୁଆ ଗାଁରେ ଅଭାବନୀୟ ଘଟଣା । ଘରୋଇ କଳିକୁ ନେଇ ସ୍ତ୍ରୀ ସରସ୍ୱତୀକୁ ସ୍ୱାମୀ ତ୍ରିଲୋଚନ କିସାନ କୋଦାଳ ବେଣ୍ଟରେ ପିଟି ପିଟି ହତ୍ୟା କରିଛି ।

ହତ୍ୟା ପରେ ମୃତ ଦେହକୁ ନିଜ ଘର ସାମ୍ନାରେ ପୋତି ଦେଇଥିଲା ।ପୁଅ ପ୍ରତିବାଦ କରିବାରୁ ତାକୁ ମଧ୍ୟ ମାଡ଼ ମାରିଥିଲା ହତ୍ୟାକାରୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଟି ଖୋଳି ମୃତଦେହକୁ ବାହାର କରିଥିଲେ । ସାଇଣ୍ଟିଫିକ ଟିମ୍‌ ଉପସ୍ଥିତିରେ ମୃତଦେହ ଉଦ୍ଧାର କଲା ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.