Below header

ଜମି ମାଫିଆଙ୍କ ସହ ରହିଛି ପ୍ରଦୀପଙ୍କ ସମ୍ପର୍କ, କହିଲେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା

ବ୍ରହ୍ମପୁର (କେନ୍ୟୁଜ୍‌) : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ନିଆଯାଇଥିବା ପଦକ୍ଷେପକୁ ସ୍ୱାଗତ କରିଛନ୍ତି ସାନଖେମୁଣ୍ଡି ବିଧାୟକ ରମେଶ ଜେନା । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଧାୟକ ରମେଶ ଜେନା ଅଭିଯୋଗ କରିଛନ୍ତି ଯେ, ପ୍ରଦୀପଙ୍କ ପ୍ରରୋଚନାରେ ତାଙ୍କ ବିରୋଧରେ ୫୪ଟି କେସ୍ ହୋଇଥିଲା । ପ୍ରଦୀପ ବିଭିନ୍ନ କେଳେଙ୍କାରୀ ଓ ଦୁର୍ନୀତିରେ ସଂପୃକ୍ତ ଅଛନ୍ତି । ଇଡି ଦ୍ୱାରା ତଦନ୍ତ କରାଗଲେ ତାଙ୍କର ସଂପତ୍ତି ଠାବ କରାଯାଇପାରିବ । ସାନଖେମୁଣ୍ଡି ବ୍ଲକର ଜଣେ ମିଲ୍ ମାଲିକ ପ୍ରଦୀପଙ୍କୁ ଏକ ଇନୋଭା କାର୍ ଉପହାର ଦେଇଛନ୍ତି । ଜମିମାଫିଆ, ବିଲଡର୍ଙ୍କଠାରୁ ଟଙ୍କା ନେଇଛନ୍ତି ପ୍ରଦୀପ । ସେହିପରି ବିକ୍ରମପୁର ଓ ପାଲୁର ଅଞ୍ଚଳରୁ ମୋରମ ଚାଲାଣ ସହ ମଦ ମାଫିଆଙ୍କ ସହ ସେ ଭାଗିଦାରୀ ଅଛନ୍ତି । କୋଭିଡ ସମୟରେ ଲୋକ ହଇରାଣ ହେଉଥିବା ବେଳେ ସେ କିପରି ଚାର୍ଟଡ ଫ୍ଲାଇଟରେ ବୁଲୁଥିଲେ ଓ କଳାଟଙ୍କାକୁ ଧଳା କରୁଥିଲେ ତାହାର ସବୁକିଛି ତଦନ୍ତ ହେବା ଦରକାର ବୋଲି କହିଛନ୍ତି ରମେଶ ଜେନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.