ଆଜି ଚିକେନ ପାଇଁ ଆଉ ଘଣ୍ଟାଏ ନୁହେଁ ମାତ୍ର ଦଶ ମିନିଟରେ ବନାନ୍ତୁ ଟେଷ୍ଟି ଚିକେନ, ଜାଣନ୍ତୁ କେମିତି

ଆବଶ୍ୟକୀୟ ସାମଗ୍ରୀ

  • ଚିକେନ
  • ପିଆଜ
  • ଟମାଟୋ
  • କ୍ୟାପ୍ସିକମ
  • କଞ୍ଚାଲଙ୍କା
  • ଅଦା ରସୁଣ ପେଷ୍ଟ
  • ଲୁଣ
  • ହଳଦୀଗୁଣ୍ଡ
  • ଲଙ୍କାଗୁଣ୍ଡ
  • ଚିକେନ ମସଲା
  • ଧନିଆ ପାଉଡର
  • ଗରମ ମସଲା
  • ଲେମ୍ବୁ
  • ଧନିଆପତ୍ର
  • ଦହି ଅଳ୍ପ
  • ତେଲ/ଘିଅ

Chicken Gravy Restaurant style | Easy and Tasty Chicken Curry | Chicken Gravy Recipe | Chicken cu… in 2020 | Tasty chicken curry, Chicken gravy recipe, Easy chicken recipes

ପ୍ରସ୍ତୁତି ପ୍ରଣାଳୀ

ଏହି ସ୍ୱାଦିଷ୍ଟ ଚିକେନ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପ୍ରେସର କୁକର ନିଅନ୍ତୁ ବର୍ତ୍ତମାନ ସେଥିରେ କିଛି ତେଲ କିମ୍ବା ଘିଅ ନିଅନ୍ତୁ । ତାପରେ ସେଥିରେ ହାଲକା ଦହି ଗୋଳା ହୋଇଥିବା ଚିକେନ ନିଅନ୍ତୁ । ବର୍ତ୍ତମାନ ସେଥିରେ ଲୁଣ, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ଚିକେନ ମସଲା, ଧନିଆ ଓ ଗରମ ମସଲା ଆଦି ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । ତାପରେ ସେଥିରେ ଟମାଟୋ, କ୍ୟାପ୍ସିକମ ଓ ପିଆଜକୁ କାଟି ପକାନ୍ତୁ ।

ତାପରେ ସେଥିରେ ଅଦା ରସୁଣ ପେଷ୍ଟ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । ଶେଷରେ ସେଥିରେ ଏକ ଲେମ୍ବୁ ଚିପୁଡ଼ି ତା ଉପରେ ଗୋଟା କଞ୍ଚାଲଙ୍କା ଓ ଧନିଆପତ୍ର ପକାଇ ଅଳ୍ପ ଅର୍ଥାତ ଅଧାକପରୁ ବି କମ ପାଣିଦେଇ (ପାଣି ନଦେଲେ ବି ଚଳିବ) ପ୍ରେସର କୁକର ବନ୍ଦ କରିଦିଅନ୍ତୁ । ବର୍ତ୍ତମାନ ଏହାକୁ ମିଡ଼ିଅମ ଫ୍ଲେମରେ 10 ମିନିଟ ପର୍ଯ୍ୟନ୍ତ ବସାନ୍ତୁ । 3 ରୁ 4 ଟା ସିଟି ଦେବାପରେ ଗ୍ୟାସ ବନ୍ଦ କରିଦିଅନ୍ତୁ । ବର୍ତ୍ତମାନ ଏହାକୁ ଖୋଲି ଗରମ ଗରମ ସର୍ଭ କରନ୍ତୁ ଟେଷ୍ଟି ଚିକେନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.