Below header

ଲାଇଭ ଷ୍ଟ୍ରିମିଂ ସମୟରେ ଗାର୍ଲଫ୍ରେଣ୍ଡକୁ ବିନା କପଡ଼ାରେ ଥଣ୍ଡାରେ ବସାଇଦେଲେ ୟୁଟ୍ୟୁବର, ମୃତ୍ୟୁ ହେବାରୁ ଗିରଫ

ରୁଷର ଜଣେ ୟୁଟ୍ୟୁବରଙ୍କୁ ନିଜ ପ୍ରେମିକାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ କରାଯାଇଛି । ମିଳିଥିବା ଖବର ଅନୁଯାୟୀ ଏହି ୟୁଟ୍ୟୁବର୍ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ‘ଲାଇଭ୍ ଷ୍ଟ୍ରିମିଂ’ ସମୟରେ ଶୀତରେ ଖୋଲା ଦେହରେ ବସାଇ ଦେଇଥିଲେ । ହାଇପୋଥର୍ମିଆ ହେତୁ ତାଙ୍କ ଗର୍ଲଫ୍ରେଣ୍ଡ ଭାଲେଣ୍ଟିନା ଗ୍ରିଗୋରିଭାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ତେବେ ରୁଷର ୟୁଟ୍ୟୁବର୍ ଷ୍ଟାଫ ରିଫଲ୍ ନିଜ ଗାର୍ଲଫ୍ରେଣ୍ଡକୁ କେବଳ ଅଣ୍ଡରୱେୟାରରେ ପ୍ରବଳ ଶୀତରେ ବାଲକୋନୀରେ ବସିବାକୁ ବାଧ୍ୟ କରିଥିଲେ ଯାହାଦ୍ୱାରା 28 ବର୍ଷୀୟ ଭାଲେଣ୍ଟିନାଙ୍କ ମୃତ୍ୟୁ ଘଟିଛି । ମିଳିଥିବା ଖବର ଅନୁଯାୟୀ ଥଣ୍ଡାରେ ଭାଲେଣ୍ଟିନା 15 ମିନିଟ୍ ପର୍ଯ୍ୟନ୍ତ ବାହାରେ ଥରିଥିଲେ କିନ୍ତୁ ତାଙ୍କ ପ୍ରେମିକ ତାଙ୍କୁ ସାହାଯ୍ୟ କଲେ ନାହିଁ । କିଛି ସମୟ ପରେ ୟୁଟ୍ୟୁବର ଜଣକ ଯେତେବେଳେ ନିଜ ପ୍ରେମିକାକୁ ଘରକୁ ଆଣିଥିଲେ ସେତେବେଳେକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ଏହି ବିଚଳିତ ଦୃଶ୍ୟ ମଧ୍ୟ ଲାଇଭ୍ ପ୍ରସାରଣରେ ଦେଖିବାକୁ ମିଳିଥିଲା ।

ଏହି ଲାଇଭ୍ ଷ୍ଟ୍ରିମିଂରେ ହିଁ ରିଫଲେ ଚିତ୍କାର କରି ଉଠିଥିଲେ ଏବଂ ତାଙ୍କ ପ୍ରେମିକାଙ୍କୁ ଉଠାଇବାକୁ କରିଥିଲେ । ବହୁତ ଚେଷ୍ଟା ପରେ ମଧ୍ୟ ସେ ଉଠିନଥିଲେ ଏହାପରେ ସେ ତାଙ୍କ ଦର୍ଶକଙ୍କୁ ମଧ୍ୟ ଏ ବିଷୟରେ ସୂଚନା ଦେଇଥିଲେ । କେବଳ ସେତିକି ନୁହେଁ ପୋଲିସ ପହଞ୍ଚିବା ପରେ ମଧ୍ୟ ଲାଇଭ୍ ଷ୍ଟ୍ରିମିଂ ଜାରି ରହିଥିଲା । ଏହାପରେ ପୋଲିସ ଏବଂ ମେଡିକାଲ କର୍ମଚାରୀ ପହଞ୍ଚିଥିଲେ ଏବଂ ଭାଲିଆଙ୍କୁ ଘଟଣାସ୍ଥଳରେ ମୃତ ଘୋଷଣା କରାଯାଇଥିଲା। ଭାଲିଆଙ୍କ ଦେହାନ୍ତ ହେବାର ଦୁଇ ଘଣ୍ଟା ପରେ ରୁଷର ୟୁଟ୍ୟୁବ୍ ଲାଇଭ୍ ଭିଡିଓ ରିଲିଜ୍ ହୋଇଥିବା ଜଣାପଡିଛି। ଏହା ପରେ ପୋଲିସ ରିଫଲକୁ ଗିରଫ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.