ବିଶ୍ୱର ପ୍ରଥମ କୋଭିଡ୍ ଗଣଟିକାକରଣ, ମସ୍କୋରୁ ଟିକାକରଣ ଅଭିଯାନ ଆରମ୍ଭ କଲା ରୁଷ

ନୂଆଦିଲ୍ଲୀ : ବିଶ୍ୱର ପ୍ରଥମ କୋଭିଡ୍ ଗଣଟିକାକରଣ । ରାଜଧାନୀ ମସ୍କୋରୁ ଟିକାକରଣ ଅଭିଯାନ ଆରମ୍ଭ କଲା ରୁଷ । ପ୍ରଥମ ପର୍ଯ୍ୟାୟରେ ସାମିଲ ହୋଇଛନ୍ତି ସ୍କୁଲ, ସ୍ୱାସ୍ଥ୍ୟକର୍ମୀ ଓ ସାମାଜିକ କର୍ମୀ। ଟିକା ଉତ୍ପାଦନ ବଢ଼ିବା ସହ ଅନ୍ୟମାନଙ୍କୁ ସାମିଲ କରାଯିବ । ଡିସେମ୍ବର ଶେଷ ସୁଦ୍ଧା ୨୦ ଲକ୍ଷ ଡୋଜ୍ ସ୍ପୁଟନିକ-ଭି ଉତ୍ପାଦନ ଆଶା ରଖିଛି ରୁଷ । ମସ୍କୋରେ ଟିକାକରଣ ପାଇଁ ୭୦ଟି ସାଇଟ୍ରେ ଅନଲାଇନ ପଞ୍ଜିକରଣ ଚାଲିଛି । ୧୮ ରୁ ୬୦ ବର୍ଷ ବୟସ୍କ ଏହି ବର୍ଗର ବ୍ୟକ୍ତିମାନେ ପଞ୍ଜିକରଣ କରୁଛନ୍ତି । ଆଜି ଟିକା ନେଇଥିବା ଲୋକଙ୍କୁ ୨୧ ଦିନ ପରେ ଦ୍ୱିତୀୟ ଡୋଜ୍ ଦିଆଯିବ । ଆସନ୍ତା ସପ୍ତାହରୁ ବ୍ରିଟେନରେ ଆରମ୍ଭ ହେବ ଟିକାକରଣ । ସେପଟେ ଦ୍ୱିତୀୟ ରାଷ୍ଟ୍ର ଭାବେ ଫାଇଜର ଟିକାକୁ ଜରୁରୀ ଅନୁମତି ଦେଲା ବାହାରିନ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.