ସୋସିଆଲ ମିଡିଆରେ ତୈମୁର ଅଲି ଖାନ ଟ୍ରୋଲ ହେବାପରେ ସୈଫ ଅଲି ଖାନ କହିଲେ ‘ମୁଁ ଏପରି ଲୋକଙ୍କୁ..

ସୈଫ ଅଲି ଖାନ ଏବଂ କରୀନା କପୁରଙ୍କ ପୁଅ ତୈମୁର ଅଲି ଖାନ ବଲିଉଡର ପ୍ରିୟ ଷ୍ଟାରକିଡ଼ସ ମାନଙ୍କ ମଧ୍ୟରେ ଅନ୍ୟତମ । ନିକଟରେ ସୋସିଆଲ ମିଡିଆରେ ତୈମୁରଙ୍କ ଏକ ଫଟୋ ବହୁତ ଭାଇରାଲ ହୋଇଥିଲା ଯେଉଁଥିରେ ସେ ତାଙ୍କ ମା କରୀନାଙ୍କ ସହ ମାଟିପାତ୍ର ତିଆରି କରୁଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଫଟୋ ପାଇଁ ତୈମୁରଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଥିଲା ।

Saif Ali Khan opens up about social media trolls on Taimur's pottery class  pictures, says 'I can be forgiving' | Hindi Movie News - Times of India

ବର୍ତ୍ତମାନ ଏହି ଟ୍ରଲିଂ ଉପରେ ସୈଫ ଅଲି ଖାନ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏକ ସାକ୍ଷାତକାର ସମୟରେ ସୈଫ ଅଲି ଖାନ କହିଛନ୍ତି ଯେ ତୈମୁରଙ୍କ ବିରୋଧରେ ଏପରି ମନ୍ତବ୍ୟ ତାଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ କାରଣ ସେ ସୋସିଆଲ ମିଡିଆରେ ନାହାଁନ୍ତି। ସୈଫ ଅଲି ଖାନ ଆହୁରି କହିଥିଲେ ଯେ, ମୁଁ ଭାଗ୍ୟବାନ ଯେ ମୋ ପାଖରେ ଏତେ ଭଲ କାମ ଅଛି, ଯେଉଁ କାରଣରୁ ମୁଁ ଏଭଳି ସ୍ଥାନକୁ ଆସିବାର ସୁଯୋଗ ପାଇଥାଏ। ସମସ୍ତେ ଏତେ ଭାଗ୍ୟବାନ ନୁହଁନ୍ତି, ମୁଁ ଜାଣେ ଏପରି ନକାରାତ୍ମକତା କେଉଁଠୁ ଆସେ । ମୁଁ ଏପରି ଲୋକଙ୍କୁ କ୍ଷମା କରିପାରେ ।

ଫିଲ୍ମ ସୁଟିଂ ପାଇଁ ପରିବାର ସହିତ ଆସିବା ପରେ ସୈଫ କହିଛନ୍ତି ଯେ କାମରୁ ଫେରି ଅପେକ୍ଷା କରିବା ପରେ ପରିବାରକୁ ଭେଟିବା ଏକ ଭଲ ଅଭିଜ୍ଞତା । ସୂଚନା ଅନୁଯାୟୀ ସୈଫ ଅଲି ଖାନ ଆଜିକାଲି ଧର୍ମଶାଳାରେ ‘ଭୁତ ପୋଲିସ’ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ବ୍ୟତୀତ ତାଙ୍କୁ ବଣ୍ଟି ଅର ବବଲି 2, ଆଦିପୁରୁଷ ଏବଂ ଏକ ୱେବ୍ ସିରିଜ୍ ‘ତାଣ୍ଡବ’ରେ ଦେଖିବାକୁ ମିଳିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.