ଗ୍ରାହକଙ୍କୁ ଟାଣି ନେଉଛନ୍ତି ସୌମ୍ୟ, କୁନି କୁନି ହାତରେ ଖୁଆଉଛନ୍ତି ଚଟପଟା ଗୁପଚୁପ

ନୟାଗଡ଼ ( କେନ୍ୟୁଜ) : ଆପଣଙ୍କର ଗୁପଚୁପ ପସନ୍ଦ କି ନୁହେଁ। ପ୍ରାୟ ସମସ୍ତଙ୍କର ଗୁପଚୁପ ବହୁତ ପସନ୍ଦ। ଯଦି ଆପଣଙ୍କୁ ମଧ୍ୟ ଗୁପଚୁପ୍‌ ପସନ୍ଦ ତାହେଲେ ଆଜି ଆମେ ଆପଣଙ୍କୁ ନେଇଯିବୁ ଜଣେ କୁନି ଗୁପଚୁପ ବିକାଳୀଙ୍କ ପାଖକୁ।

ଦେଖନ୍ତୁ କୁନି ଗୁପଚୁପ ବିକାଳୀଙ୍କୁ। ନିଜ କୁନି କୁନି ହାତରେ ଖୁବ୍‌ ଜଲଦି ଗ୍ରାହକଙ୍କୁ ପରଷି ଦେଉଛନ୍ତି ଗୁପଚୁପ। ଏ ହେଉଛନ୍ତି ସୌମ୍ୟ। ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ସଦର ମହକୁମାର ଗାନ୍ଧୀ ଛକରେ ୟାଙ୍କ ଦୋକାନ। ସୌମ୍ୟଙ୍କ ଗୁପଚୁପ ସବୁବେଳେ ଲୋକଙ୍କୁ ଆକୃଷ୍ଟ କରେ । କୁନି ବାଳକ ସୌମ୍ୟ ବାପାଙ୍କ ପାଖରୁ ଏହି ଗୁପଚୁପ ତିଆରିର ପ୍ରସ୍ତୁତି ପ୍ରଣାଳୀ ଶିଖିଛନ୍ତି ତେଣୁ ମଜାଦାର ଚଟପଟା ଗୁପଚୁପ ପାଟିକୁ ସୁଆଦ ଲାଗେ। ସେଥିପାଇଁ ସକାଳ ସନ୍ଧ୍ୟାରେ ଗ୍ରାହକଙ୍କ ଭିଡ଼ ଲାଗେ ସୌମ୍ୟଙ୍କ ଗୁପଚୁପ ଖାଇବା ପାଇଁ ।

ସୌମ୍ୟ ଏବେ ସପ୍ତମ ଶ୍ରେଣୀ ରେ ପଡୁଛନ୍ତି ସୌମ୍ୟ ପାଠ ପଢା ସହ ବାପାଙ୍କୁ ଗୁପଚୁପ ବ୍ୟବସାୟରେ ମଧ୍ୟ ସାହାଯ୍ୟ କରନ୍ତି । ଯଦି କେବେ ବାପା ଦୋକାନରେ ରହନ୍ତି ନାହିଁ ତାହାଲେ ଚିନ୍ତା କରିବା କିଛି ଆବଶ୍ୟକ ନାହିଁ ସୌମ୍ୟ ଦୋକାନକୁ ପୁରା ଚଳେଇ ଦିଅନ୍ତି । ସୌମ୍ୟଙ୍କ ଇଛା ବଡ଼ ହେଲେ ଡାକ୍ତର ହେବେ । ସବୁଠୁ ମଜାଦାର କଥା ହେଉଛି ସୌମ୍ୟଙ୍କ ଗୁପଚୁପ୍‌ ଯେତିକି ସୁଆଦିଆ, ତାଙ୍କ କଥା ମଧ୍ୟ ସେମିତି ବଢ଼ିଆ। ଆପଣ ବି ଥରେ ତାଙ୍କ କଥା ଶୁଣନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.