Below header

ଢେଙ୍କାନାଳ: ବନ୍ୟଜନ୍ତୁ ଶିକାର ଅଭିଯୋଗରେ ୫ ଗିରଫ, ଅଭିଯୁକ୍ତଙ୍କ ନିକଟରୁ ୪ଟି ଦେଶୀ ବନ୍ଧୁକ ଜବତ

ଢେଙ୍କାନାଳ(କେ ନ୍ୟୁଜ): ଢେଙ୍କାନାଳ ବନ ବିଭାଗ ତରଫରୁ କପିଳାସ ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ଗାଁର ୫ ଜଣଙ୍କୁ ଗିରଫ କରାଯାଇଛି । ବନ୍ୟଜନ୍ତୁ ଶିକାର ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଥିବା ନେଇ ଜଣାଯାଇଛି । ସେମାନଙ୍କ ନିକଟରୁ ୪ଟି ଦେଶି ବନ୍ଧୁକ ସହ ୩ଟି ମାଂସ କାଟିବା ଯନ୍ତ୍ର ଓ ଦୁଇଟି ହରିଣ ଶୀଙ୍ଘ ଜବତ କରିଛି।

ଜିଲ୍ଲାରେ ବନ୍ୟଜନ୍ତୁ ଶିକାର ରୋକିବା ପାଇଁ ବନ ବିଭାଗ ତରଫରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିଗତ ଦିନରେ ବନ ବିଭାଗ ସ୍ବତନ୍ତ୍ର ଅଭିଯାନ ଚଳାଇ ଏହି ଗିରଫ ଦାରୀ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.