Below header

କରୋନା ନିପାତ କରିବାକୁ ବାହାରିଲା ସବୁଠୁ ଦମଦାର ଔଷଧ, ମାତ୍ର ୨୪ ଘଣ୍ଟାରେ ଶେଷ ହେବ ସଂକ୍ରମଣ

କରୋନା ଭାଇରସକୁ ଶେଷ କରିବା ପାଇଁ ସାରା ଦୁନିଆର ବୈଜ୍ଞାନିକ ଲାଗିପଡ଼ିଛନ୍ତି। କେବଳ ଟିକା ନୁହେଁ ଅନ୍ୟ ବିକଳ୍ପ ଉପରେ ବି ରିସର୍ଚ୍ଚ ଜାରି ରହିଛି। ଇତି ମଧ୍ୟରେ ବୈଜ୍ଞାନିକଙ୍କ ଏକ ଟିମ୍ ଏକ ଏଭଳି ମେଡିସିନ୍ ତିଆରି କରିଥିବା ଦାବି କରିଛନ୍ତି, ଯାହା ମାତ୍ର ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣକୁ ସମ୍ପୂର୍ଣ୍ଣ ଶେଷ କରିଦେବ।

ବୈଜ୍ଞାନିକଙ୍କ ମୁତାବକ, ଏହି ମେଡିସିନର ବ୍ୟବହାର କେବଳ କରୋନା ସଂକ୍ରମଣକୁ ଦୂର କରିବାକୁ ନୁହେଁ, ବରଂ ଭବିଷ୍ୟତରେ ହେବାକୁ ଥିବା ଗମ୍ଭୀର ବେମାରିରୁ ମଧ୍ୟ ରକ୍ଷା କରିବାରେ ସାହାଯ୍ୟ କରିବ। ଏହି ଔଷଧର ନାଁ ରଖାଯାଇଛି MK-4482/EIDD-2801। ଏହାକୁ ମୋଲନୁପିରାଭିର (Molnupiravir) ମଧ୍ୟ କୁହାଯାଏ। ଏହି ମେଡିସିନ ସମ୍ବନ୍ଧରେ ଜର୍ଣ୍ଣାଲ ଅଫ ନେଚର ମାଇକ୍ରୋବାୟୋଲୋଜିରେ ରିପୋର୍ଟ ପ୍ରକାଶ ପାଇଛି।

ଏହି ଅଧ୍ୟୟନର ଲେଖକ ରିଚାର୍ଡ ପ୍ଲେମ୍ପର କହିଛନ୍ତି ଯେ କରୋନାର ଚିକିତ୍ସା ପାଇଁ ଏହା ପାଟିରେ ଖାଇ ହେବା ଭଳି ପ୍ରଥମ ଔଷଧ ହେବ। ଜର୍ଜିଆ ଷ୍ଟେଟ ୟୁନିଭର୍ସିଟିର ଏକ ଟିମ୍ ଏହି ରିସର୍ଚ୍ଚ କରିଛନ୍ତି। ଏହି ଔଷଧ ଇନଫ୍ଲୁଏଞ୍ଜା ଭଳି ମାରାତ୍ମକ ରୋଗକୁ ନିପାତ କରିବାରେ ମଧ୍ୟ ସାହାଯ୍ୟ କରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ମାତ୍ର ୨୪ ଘଣ୍ଟା ମଧ୍ୟରେ ସଂକ୍ରମଣରୁ ରକ୍ଷା କରିବାରେ ଏହି ଔଷଧ ପ୍ରଥମ ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.